କନକ ବ୍ୟୁରୋ: ପୁଣି ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଅନାମ ଚରଣ ପାତ୍ର ହେଲେ ସିଏମସି କମିଶନର । ପୂର୍ବରୁ ଅନାମ ଚରଣ ପାତ୍ର ସିଏମସି ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ । ଏବେ କଳ୍ପତରୁ ବେହେରା ସିଏମସି ଅତିରିକ୍ତ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଗୌରହରି ବେହେରା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଯଦୁମଣି ମହଲାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।