କନକ ବ୍ୟୁରୋ: ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିମାନ ବନ୍ଦର, ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବର୍ତ୍ତମାନ ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧ କରି ନମୁନା ପରୀକ୍ଷା ପାଇଁ କୁହାଯାଇଛି । ଅନ୍ତର୍ଜାତୀୟ ଯାତ୍ରା କରିଥିଲେ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ହେବ । ଲକ୍ଷଣ ପ୍ରକାଶ ପାଇଲେ ଆଇସୋଲେଟରେ ରଖାଯିବ । ବ୍ୟକ୍ତିଙ୍କ ଦେହରେ ଲକ୍ଷଣ ଥିଲେ ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ନମୂନା ପଠାଯିବ । ଏବେସୁଦ୍ଧା ଲକ୍ଷଣ ଥିବା ଲୋକ ଓଡିଶାକୁ ଆସିନାହାନ୍ତି । ଏହାସତ୍ତ୍ୱେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ରୋଗ ଦେଖାଦେଇଛି ତେଣୁ ସେଠାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସାବଧାନ ରହିବାକୁ କୁହାଯାଇଛି  । ଆଫ୍ରିକାରୁ ଆସିଥିଲେ ୨୧ ଦିନର ଆଇସୋଲେସନ ବାଧ୍ୟତାମୂଳକ ରହିଛି । ସନ୍ଦେହ ହେଲେ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯିବ । ନମୂନା ନେଗେଟିଭ ଆସିଲେ ବ୍ୟକ୍ତିଙ୍କୁ ଛାଡି ଦିଆଯିବ ।