କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ମୁଖ୍ୟ ଶାସନ ସଚିବଙ୍କ ସୂଚନା । ନୂଆ ଭୁବନେଶ୍ୱର ସହର, ଇ-ଚାଲାଣ, ବିଡିଓଙ୍କ ବିଲ୍ ପାସ୍ କ୍ଷମତା, ପରୀକ୍ଷା ଫି, ଆମ୍ୱାଲାନ୍ସ କିଣା ପ୍ରସ୍ତାକୁ ଭଳି ୫ଟି ବଡ଼ ପ୍ରସ୍ତାବକୁ ମିଳିଛ କ୍ୟାବିନେଟ ମୋହର ।
ନୂଆ ଭୁବନେଶ୍ୱର ସହର ପାଇଁ ମାଷ୍ଟରପ୍ଲାନକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ । ପ୍ରଥମ ୫ ବର୍ଷ ପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ୧୩ଶହ ୪୨ କୋଟି ଟଙ୍କା । ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮ଶହ ଏକର ଜାଗାରେ ତିଆରି ହେବ ନୂଆ ସହର ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିଥିଲେ, ଏକକାଳୀନ ସମାଧାନ କରିପାରିବେ ଗାଡ଼ି ମାଲିକ । ଚଳିତବର୍ଷ ଜୁଲାଇ ୩୧ ସୁଦ୍ଧା ବକେୟା ଥିବା ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା ଘୋଷଣା । ହ୍ରାସ ପରିମାଣର ଜରିମାନା ପୈଠ କରି ହୋଇପାରିବ ସମାଧାନ ।
ବଡ଼ ନିଷ୍ପତ୍ତି-୩
ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଓ ଫେରସ୍ତ ନିୟମାବଳୀ, ୨୦୨୫କୁ ମଞ୍ଜୁରୀ । ବିଭିନ୍ନ ସରକାରୀ ନିଯୁକ୍ତୀ ପରୀକ୍ଷା ଓ ଆବେଦନ ପାଇଁ ଦେୟ ପ୍ରଦାନ କରିବେ ଆବେଦନକାରୀ । ନିଯୁକ୍ତି ପ୍ରକ୍ରିୟାରେ ସାମିଲ ପରୀକ୍ଷାର୍ଥୀ ସମ୍ପୂର୍ଣ୍ଣ ଦେୟ ଫେରସ୍ତ ପାଇବେ । ଅନୁସୂଚିତ ଜାତି ଓ ଜନଜାତି ଏବଂ ଭିନ୍ନକ୍ଷମ ବର୍ଗଙ୍କୁ ଦେବାକୁ ପଡ଼ିବନି କୌଣସି ଦେୟ ।
୪୨୮ଟି ନୂଆ ଆମ୍ୱୁଲାନ୍ସ କିଣାଯିବା ପ୍ରସ୍ତାବକୁ ଅନୁମୋଦନ । ୧୧୮.୯୮ କୋଟି ଟଙ୍କା ବ୍ୟୟରେ ଆମ୍ବୁଲାନ୍ସ କ୍ରୟ ପାଇଁ ଅନୁମୋଦନ । ପଞ୍ଚାୟତ ରାଜ ପାନୀୟ ଜଳର ବିଭାଗର ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ସଂଶୋଧନ କରାଗଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିଲ୍ ପାସ୍ କ୍ଷମତା ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା । ପ୍ରାଶାସନିକ କ୍ଷମତା ସହ ବିଲ୍ ମଞ୍ଜୁରୀ କ୍ଷମତା ବୃଦ୍ଧି ହେଲା ।