କନକ ବ୍ୟୁରୋ :ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ନେଇ ପାଇଁ ଟୋଲଫ୍ରି ନଂ ଜାରିହୋଇଛି । ସୁଭଦ୍ରା ଟୋଲଫ୍ରି ନଂ ହେଉଛି ୧୫୬୭୮ । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଟୋଲଫ୍ରି ନଂ ଜାରି କରାଯାଇଛି । ଅଙ୍ଗନବାଡ଼ି କର୍ମୀ/ସହାୟିକା, ଆଶାକର୍ମୀ କରିପାରିବେ ଆବେଦନ । ସିଆରପି(କମ୍ୟୁନିଟି ରିସୋର୍ସ ପର୍ସନ) ମଧ୍ୟ କରିପାରିବେ ଆବେଦନ । ଏମବିକେ(ମାଷ୍ଟର ବୁକ କିପର), ଆଉଟସୋର୍ସିଂ ସଂସ୍ଥାରେ ମହିଳା ବି କରିପାରିବେ ଆବେଦନ ।
ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ସମୟ ସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି କଲ୍ କରିପାରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/tHBQWrzt3ihDko8zEw3q.jpg)