କନକ ବ୍ୟୁରୋ: ରାଜ୍ୟ ଏବଂ ରାଜ୍ୟ ବାହାରୁ ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି । ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଛି । ପ୍ରାୟ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି । ବାକି ଗୁଡ଼ିକର କାଗଜ ପ୍ରସ୍ତୁତ କରାଯାଉଛି । ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି । ତାର ଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ କାମରେ କିପରି ବିନିଯୋଗ ହେବ ସେନେଇ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଆଇନମନ୍ତ୍ରୀ ।
ଫେରିବ ମହାପ୍ରଭୁଙ୍କ ସମ୍ପତ୍ତି, ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ଅଛି
ରାଜ୍ୟ ଏବଂ ରାଜ୍ୟ ବାହାରୁ ଫେରିବ ମହାପ୍ରଭୁଙ୍କ ସମ୍ପତ୍ତି । ୫୮ ହଜାର ଏକର ଜମି ଫେରାଇଆଣିବା ପାଇଁ ସରକାରଙ୍କ ପ୍ରସ୍ତୁତି । ୩୭ ହଜାର ଏକର ଜମିର କାଗଜ ପତ୍ର ପ୍ରସ୍ତୁତ ରହିଥିବା ଆଇନମନ୍ତ୍ରୀଙ୍କ ସୂଚନା ।
/kanak/media/media_files/2025/09/04/16-puri-jagannath-temple-2025-09-04-13-10-36.jpg)