PUCC deadline Photograph: (Kanak News)
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି । PUCC ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର । ଅବଧି ମାର୍ଚ୍ଚ ଯାଏଁ ବୃଦ୍ଧି କଲେ ସରକାର । ୨୦୨୬ ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର୍ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ ।
ଲୋକଙ୍କ ସମସ୍ୟା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି PUCC ଯାଞ୍ଚ ଅବଧି ବଢ଼ାଇଲେ ସରକାର୍ । ଫେବୃଆରି ପରିବର୍ତ୍ତେ ମାର୍ଚ୍ଚ ୩୧ ଯାଏଁ ସମୟ ଦେଲେ ସରକାର୍ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦ୍ୟୁଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ । ଏପ୍ରିଲ ୧ ରୁ ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଆଜି ପରିବହନ ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରିବହନ ମନ୍ତ୍ରୀ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢ଼ନ୍ତୁ : ଫାଇନ୍ ଦେବାକୁ ଟ୍ରାଫିକ୍ ଥାନାରେ ପ୍ରବଳ ଭିଡ଼ ; ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର
ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଘୋଷଣା । ପ୍ରଦୂଷଣ ପ୍ରମାଣପତ୍ର ମିଳିଲେ ତୁରନ୍ତ ଲାଗିବ ଗ୍ରୀନ୍ ଷ୍ଟିକର । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଫାଇନ ଦେବା ପାଇଁ ଟ୍ରାଫିକ ଥାନାରେ ଲୋକଙ୍କ ପ୍ରବଳ ଭିଡ଼ । ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ହଇରାଣ ହେଉଛନ୍ତି । ଯାହାର ଗାଡ଼ିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନକରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ଯେଉଥିପାଇଁ ଏବେ ଫାଇନ ଦେବାକୁ ଟ୍ରାଫିକ ଥାନାରେ ଲୋକଙ୍କ ଲମ୍ୱା ଲାଇନ ଲାଗିଛି ।
ଦୀର୍ଘ ଦିନ ଧରି ଲୋକ ଫାଇନ ଟଙ୍କା ଦେଉ ନଥିବା ବେଳେ ଏବେ ପଲ୍ୟୁସନ ସାର୍ଟିଫିକେଟ କରିବା ପାଇଁ ପୂର୍ବ ଫାଇନ କ୍ଲିୟର କରିବାକୁ ଧାଇଁଛନ୍ତି । ନିୟମ ଖିଲାପ କରି, ପୂର୍ବରୁ ଯଦି ଗାଡ଼ିରେ କୌଣସି ଫାଇନ ଥିବ ଓ ତାକୁ ପୈଠ କରାଯାଇ ନଥିବ ତେବେ ପାଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ପଲ୍ୟୁସନ ସାର୍ଟିଫିକେଟ ନଥିଲେ କଟିବ ୧୦ ହାଜର ଟଙ୍କାର ଫାଇନ । ତେଣୁ ୧୦ ହଜାର ଟଙ୍କା ଚାଲାଣ ଭୟରେ ପୂର୍ବ ଫାଇନଗୁଡିକ କ୍ଲିୟର କରି ପଲ୍ୟୁସନ ସାର୍ଟିଫିକେଟ ବାହାର କରୁଛନ୍ତି ଲୋକ ।
ସେପଟେ ଦିଲ୍ଲୀରେ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଇଛି । ଆଜି ପ୍ରବଳ କୁହୁଡି ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦୃଶ୍ୟମାନ ନହେବାରୁ ଦିଲ୍ଲୀ ବିମାନବନ୍ଦରରେ ୧୪୮ଟି ବିମାନ ବାତିଲ୍ କରାଯାଇଛି । ୨ଟି ବିମାନର ଗତିପଥ ବଦଳାଯାଇଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରେ ଯାତ୍ରୀମାନେ ଅପେକ୍ଷା କରିଥିବାର ଭିଡିଓ ଦେଖିବାକୁ ମିଳିଛି । ବାତିଲ ବିମାନଗୁଡ଼ିକ ମଧ୍ୟରେ ୭୦ଟି ଯାତ୍ରା ଆରମ୍ଭ କରୁଥିବା ବିମାନ ଏବଂ ୭୮ଟି ଆଗମନ କରୁଥିବା ବିମାନ ରହିଛି । ଏହା ଛଡ଼ା, ଦୁଇଟି ବିମାନର ଗତିପଥ ବଦଳାଯାଇଛି ।
ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ଦୃଶ୍ୟମାନତା ୫୦ ମିଟରରୁ କମ୍ ରହିଛି ଏବଂ ଏହା ଯୋଗୁଁ ଅନେକ ବିମାନ ଡାଇଭର୍ଟ ହୋଇଛି ବା ବିଳମ୍ବିତ ହୋଇଛି । ରେଳ ସେବା ମଧ୍ୟ ଗଭୀର ପ୍ରଭାବିତ ହୋଇଛି ଏବଂ ଉତ୍ତର ଭାରତରେ ଅନେକ ଟ୍ରେନ୍ ଘଣ୍ଟା ଘଣ୍ଟା ବିଳମ୍ବିତ ହେଉଛି । ରାଜଧାନୀର ରାସ୍ତାଘାଟରେ ଯାନବାହନ ଧୀର ଗତିରେ ଚାଲୁଛି ଏବଂ ଦୁର୍ଘଟଣାର ଆଶଙ୍କା ବଢ଼ିଛି ।
Follow Us