କନକ ବ୍ୟୁରୋ: ନୟାଗଡ ଜିଲ୍ଲା ଓଡ଼ଗାଁର ଚାଷୀ ହେଉଛନ୍ତି ରାମ ଚନ୍ଦ୍ର ଚୌଧୁରୀ  । ଝାଳ ବୁହା ପରିଶ୍ରମ କରି ବିଲରେ ଧାନ କରିଥିଲେ  । ମଣ୍ଡିରେ ବିକ୍ରି କରି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ଲକ୍ଷ ରଖିଥିଲେ । ସେଥିପାଇଁ ଚାହିଁ ରହିଥିଲେ, କେବେ ସରକାରୀ ମଣ୍ଡି ଖୋଲିବ । ମଣ୍ଡି ଖୋଲିବା ପରେ ଧାନରେ କଟନି ଛଟନି ଦେଖି ହତାଶ ହୋଇଛନ୍ତି ରାମ ଚନ୍ଦ୍ର । କଟନି ଛଟନି ହେବ ବୋଲି ଖୋଲାଖୋଲି ସୋସାଇଟି କର୍ତ୍ତୃପକ୍ଷ ଶୁଣାଇ ଦେଇଛନ୍ତି । କେଜିଏ କିମ୍ବା ଦୁଇ କେଜି ନୁହେଁ ୧୦ କେଜି ଲେଖାଏଁ କଟନି ଛଟନି ଦେଖି ହତାଶ ହୋଇଯାଇଛନ୍ତି ରାମଚନ୍ଦ୍ର । ସେଥିପାଇଁ ଯୋଗାଣ ମନ୍ତ୍ରୀଙ୍କ ଘରେ ପହଞ୍ଚି ଫେରାଦ ହୋଇଛନ୍ତି ।

Advertisment

କଟନି ଛଟନିକୁ କଥାକୁ ବାରମ୍ବାର ଅସ୍ବୀକାର କରୁଥିବା ଯୋଗାଣ ମନ୍ତ୍ରୀ କିନ୍ତୁ, ଏବେ ଅକଳରେ ପଡ଼ି ସ୍ୱୀକାର କରିଛନ୍ତି। କିନ୍ତୁ ଏହାକୁ ପୁରୁଣା ରୋଗ କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ଦୀର୍ଘ ଦିନ ଧରି ଏଭଳି ଚାଲି ଆସୁଛି, ଏଥର ସରକାର କଟନି ଛଟନିକୁ ବହୁ ପରିମାଣରେ ନିୟନ୍ତ୍ରଣ କରିଥିବା ସଫେଇ ଦେଇଛନ୍ତି ଜ୍ଝ ଯେଉଁଠି ଏଭଳି କିଛି ଅଭିଯୋଗ ଆସିବ, ମିଲରଙ୍କ ଉପରେ ନିଶ୍ଚୟ ଆକ୍ସନ ହେବ ବୋଲି ଦୋହରାଇଛନ୍ତି ଯୋଗାଣ ମନ୍ତ୍ରୀ । 

ନୂଆ ସରକାର ନୂଆ ପ୍ରକ୍ରିୟାରେ ଧାନ କିଣିବା ନେଇ ଯୋଜନା କରିଥିଲେ ଜ୍ଝ ମିଲରଙ୍କ ହସ୍ତକ୍ଷେପ ବିନା, ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ହେଲେ ଧାନ କିଣା ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିବାକୁ ବସିଲାଣି କିନ୍ତୁ କଟନି ଛଟନିକୁ ସଂପୂର୍ଣ୍ଣ ରୋକି ପାରିଲେ ନାହିଁ ।