କନକ ବ୍ୟୁରୋ: ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆନ୍ଧ୍ର ନିଜର କରିବାକୁ ମସୁଧା କରିଛି । ଅନେକ ବିବାଦରେ ନିଜର ବଡଭାଇ ପଣିଆ ଜାହିର କରିଛି । କିନ୍ତୁ ବଂଶଧାରା ବୁଦୁରା ବାଲିଘାଟକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ପ୍ରମାଣ ଦେବାରେ ଫେଲ ମାରିଛି ପଡ଼ୋଶୀ ସରକାର । ବଳିଷ୍ଠ ପ୍ରମାଣ ଦେଇ ପାସ କରିଛନ୍ତି ଗଜପତି ଜିଲ୍ଲା ପ୍ରଶାସନ ।
ବଂଶଧାରା ନଦୀର ବୁଦୁରା ବାଲିଘାଟକୁ ନେଇ ପୁଣି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ। ବଂଶଧାରାର ଦୁଇପଟେ ରହିଛି ଓଡ଼ିଶା ଓ ଆନ୍ଧ୍ର। ନଦୀତଟରେ ରହିଛି ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ। କାଶୀନଗରରେ ଥିବା ବିଭିନ୍ନ ବାଲିଘାଟ ପୂର୍ବରୁ କାଶୀନଗର ତହସିଲ ଅଧିନରେ ଥିଲା। ଏଇ ବର୍ଷେ ହେଲା ଖଣି ବିଭାଗ ଅଧିନକୁ ଚାଲିଯାଇଛି । ବାଲିଘାଟ ଟେଣ୍ଡର ଆହ୍ୱାନ କରାଯିବା ପରେ ବୁଦୁରା ବାଲିଘାଟ ଆନ୍ଧ୍ରର ବୋଲି ହୋଇଛି । ଏହାକୁ ନେଇ ଦୁଇ ରାଜ୍ୟମଧ୍ୟରେ ଆଉ ଏକ ବିବାଦ ମୁଣ୍ଡ ଟେକିଛି ।
- ବାଲିଘାଟ କାହାର?
- ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ
- ଆନ୍ଧ୍ର ଫେଲ୍, ଓଡ଼ିଶା ପାସ୍
ସୀମା ନିର୍ଦ୍ଧାରଣ ପାଇଁ ଆନ୍ଧ୍ର-ଓଡ଼ିଶା ପ୍ରଶାସନ ମିଳିତ ସର୍ଭେ କରିଛନ୍ତି । କାଶୀନଗର ତହସିଲ ଓ ଆନ୍ଧ୍ର ତହସିଲ ତରଫରୁ ଉକ୍ତ ମୌଜାର ମ୍ୟାପ ଅନୁଧ୍ୟାନ କରାଯାଇଛି । ସର୍ଭେ ପରେ ବୁଦୁରା ବାଲିଘାଟ ଓଡ଼ିଶାରେ ଥିବା ସ୍ପଷ୍ଟ ହୋଇଛି । ଏହି ସର୍ଭେ ରିପୋର୍ଟ ସୀମାବର୍ତ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ପରସ୍ପର ବୁଝାମଣାରେ ବାଲିଘାଟ ଚାଲୁ ହେବ ବୋଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲାପାଳ ଓ ଆନ୍ଧ୍ର ଉପଜିଲ୍ଲାପାଳ ।
ବାଲିଘାଟକୁ ନେଇ ବାରମ୍ବାର ବିବାଦ ହେବାରୁ ଲକ୍ଷାଧିକ କ୍ଷତି ସହୁଛନ୍ତି ଲିଜଧାରୀ । ରାଜସ୍ବ ହରାଉଛନ୍ତି ଓଡ଼ିଶା ସରକାର। ବର୍ତ୍ତମାନ ଦୁଇ ରାଜ୍ୟର ମିଳିତ ସର୍ଭେରେ ଆନ୍ଧ୍ର ଫେଲ ମାରିଥିବା ବେଳେ ଓଡିଶା ଅଧିକାରୀଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି କାଶୀନଗର ଅଞ୍ଚଳବାସୀ। ଆନ୍ଧ୍ର ଓ ଓଡିଶା ସୀମା ବିବାଦ ନୂଆ ନୁହେଁ। ଦୀର୍ଘ ବର୍ଷ ହେଲା ଏଭଳି ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ନହେବା ଦୁର୍ଭାଗ୍ୟଜନକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/Uf35AYWmvgZvny42zSmR.jpg)