କନକ ବ୍ୟୁରୋ : ୮ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହାଦ୍ବାରା ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜୀନିବେଶ ହେବ । ଏହାଦ୍ବାରା ୮ ହଜାର ୨ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରୁସୁଗୁଡ଼ାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ । ଢେଙ୍କାନାଳରେ ହେବ ୫ ଗିଗାୱାଟର ବ୍ୟାଟେରୀ କାରଖାନା । ଏଥିପାଇଁ ୨୮୩ କୋଟି ଟଙ୍କା ଖର୍ଚ୍ଚ ହେବ । ଯାଜପୁରରେ ୯୦ କୋଟି ଖର୍ଚ୍ଚରେ ଜିନ୍ଦଲ କରିବ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ । ଗଞ୍ଜାମରେ ପ୍ରତିଷ୍ଠା ହେବ ୨ ଗିଗାୱାଟର ସୌର ପ୍ରକଳ୍ପ । ଏଥିପାଇଁ ୭୫୦ କୋଟି ଖର୍ଚ୍ଚ ହେବ ଓ ୫୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳରେ ୩୫୦ କୋଟି ଟଙ୍କା ଖର୍ଚ୍ଚରେ ହେବ ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପ୍ରକଳ୍ପ, ଯାହା ୨୭୦ କର୍ମନିଯୁକ୍ତି ସୃଷ୍ଟି କରିବ । ଏହି ନିବେଶ କରିବ ଗ୍ରାଭିଟି ଇଣ୍ଡିଆ ଲିମିଟେଡ୍ । ୮୦ କୋଟି ଟଙ୍କାରେ ଖୋର୍ଦ୍ଧାରେ ହେବ ଫାର୍ମା ପ୍ରକଳ୍ପ । ଜଗତସିଂହପୁରର ହେବ ଥ୍ରୀ-ଷ୍ଟାର ଓ ଫୋର-ଷ୍ଟାର ହୋଟେଲ । ପାରାଦୀପରେ ଫାଇଭ-ଷ୍ଟାର ହୋଟେଲ କରିବ ଓଡ଼ିଶା ଷ୍ଟିଭେଡ୍ର୍ସ । ଅନୁଗୁଳରେ ହେବ ଲଜିଷ୍ଟିକ୍ ପାର୍କ ଓ କୋଲ ୱାସେରୀ । ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ହେବ ଇଭି କାରଖାନା ବର୍ଷକୁ ଉତ୍ପାଦନ ହେବ ୧୦ ହଜାର ଇଲେକ୍ଟ୍ରିକ୍ ଭେଇକିଲ୍ ।
୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି : ସୃଷ୍ଟି ହେବ ୮ ହଜାର ୨ ଶହ ନିଯୁକ୍ତି ସୁଯୋଗ
ଗଞ୍ଜାମରେ ପ୍ରତିଷ୍ଠା ହେବ ୨ ଗିଗାୱାଟର ସୌର ପ୍ରକଳ୍ପ । ଏଥିପାଇଁ ୭୫୦ କୋଟି ଖର୍ଚ୍ଚ ହେବ ଓ ୫୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳରେ ୩୫୦ କୋଟି ଟଙ୍କା ଖର୍ଚ୍ଚରେ ହେବ ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପ୍ରକଳ୍ପ, ଯାହା ୨୭୦ କର୍ମନିଯୁକ୍ତି ସୃଷ୍ଟି କରିବ । ଏହି ନିବେଶ କରିବ ଗ୍ରାଭିଟି ଇଣ୍ଡିଆ ଲିମିଟେଡ୍ ।
/kanak/media/media_files/2025/08/20/18-project-2025-08-20-22-04-58.jpg)