ବେଆଇନ ଭାଟିରେ ଚାଲିଲା ବୁଲଡୋଜର । ମୂଳପୋଛ ହେବ ବେଆଇନ ମଦ କାରବାର ।

Advertisment

୧୪୪୩ ବେଆଇନ ଭାଟିରେ ଚାଲିଲା ବୁଲଡୋଜର । ୧୯୫୭ ଜଣ ଗିରଫ ୧୮୩ ଗାଡି ଜବତ ।

୧୪୪୩ ବେଆଇନ ଭାଟିରେ ଚାଲିଲା ବୁଲଡୋଜର । ୧୯୫୭ ଜଣ ଗିରଫ ୧୮୩ ଗାଡି ଜବତ ।

54fdf

କନକ ବ୍ୟୁରୋ: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡକୁ ଆସିଥିଲେ ରାଜ୍ୟ ସରକାର । ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜି ବି ଜାରି ରହିଛି । ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ । 

 ବେଆଇନ ମଦ କାରବାର ନେଇ ରାଜ୍ୟସରକାର କଡା ଆଭିମୁଖ୍ୟ ରହିଛି ।  ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ରଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ୍ ପକ୍ଷରୁ ଖୋଜି ବାହାର କରି ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି। ଏହି କ୍ରମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୪୩ଟି ବେଆଇନ ମଦ ଭାଟି ଉପରେ ବୁଲଡୋଜର ଚାଲିବା ସହ ନଷ୍ଟ କରାଯାଇଛି। ଏଥିମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୫୧ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି ।

 ଅବକାରୀ ବିଭାଗ ମୁତାବକ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ଟି ମାମଲା ରୁଜୁ ହୋଇଛି । ତା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛି ।  ଚଢ଼ାଉ ବେଳେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି ଓ ଏଥିସହ ବେଆଇନ କାର୍ୟ୍ୟରେ ବ୍ୟବହୃତ ୧୮୩ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି ।

ଏହି ଚଢ଼ାଉ ସମ୍ପର୍କରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।  ଏହି ସମସ୍ତ ବେଆଇନ କାରବାର ଉପରେ ରାଜ୍ୟ ସରକାର ବୁଲଡୋଜର ଚଳାଇବାକୁ କେବେବି ପଛଘୁଞ୍ଚା ଦେବେନି ବୋଲି କହିଛନ୍ତି ଓ ଆଗକୁ ଏହି ଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଯିବ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe