ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ; ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଟକ ଟ୍ରେଜେରି ଅଫିସକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଜନଶୁଣାଣିରେ ଆସୁଥିବା ଅଭିଯୋଗର ସମାଧାନ ହେଉନଥିବାରୁ ସିଡ଼ିଏମଓ, ବିଡ଼ିଓ, ତହସିଲଦାରଙ୍କ ସମେତ ୩୬ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Odisha Govt Action

Odisha Govt Action Photograph: (Kanak News)

କନକ ବ୍ୟୁରୋ : ଅଭିଯୋଗର ସମାଧାନ କଲେନି, ବନ୍ଦ ହେଲା ଦରମା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ସମାଧାନ ନ ହେବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । କଟକ ଜିଲ୍ଲାର ଅଭିଯୋଗ ସମାଧାନର ନିରୁତ୍ସାହଜନକ ପ୍ରଦର୍ଶନ ଯୋଗୁଁ ଖିଲାପକାରୀ ଅଧିକାରୀଙ୍କ ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କେଉଁ ଅଫିସରଙ୍କ ଦରମା ସ୍ଥଗିତ ହେବ ତାହାର ତାଲିକା ମଧ୍ୟ ପଠାଇଛନ୍ତି ଜିଲ୍ଲାପାଳ ।

ଏନେଇ କଟକ ଟ୍ରେଜେରି ଅଫିସକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଜନଶୁଣାଣିରେ ଆସୁଥିବା ଅଭିଯୋଗର ସମାଧାନ ହେଉନଥିବାରୁ ସିଡ଼ିଏମଓ, ବିଡ଼ିଓ, ତହସିଲଦାରଙ୍କ ସମେତ ୩୬ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ସୋମବାର ଅଭିଯୋଗ ଶୁଣାଣି କରିଥିବା ବେଳେ କଟକ ଜିଲ୍ଲାର ସବୁଠୁ ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ସେଲ । ଯାହାକୁ ନେଇ କଠୋର ହୋଇଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଏହାକୁ ନେଇ ତେଜିଛି ବୟାନବାଜି ।

ଅଧିକ ପଢ଼ନ୍ତୁ : ପୁଣି ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ; ପାଖକୁ ଯାଇ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ

ନିକଟରେ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି । ଯାଜପୁରର ମାଣିକ ରଥ । ବୟସ ୮୬ । ଏହି ପରିଣତ ବୟସରେ ଏକା ଏକା ବିତୁଛି ଜୀବନ । ପୁଅ, ବୋହୂ ଅଛନ୍ତି, କିନ୍ତୁ ବାହାରେ ଚାକିରି କରୁଛନ୍ତି, ପୁଣି ଅଲଗା ଅଲଗା । ଏହି ବୟସରେ ପାଖରେ କେହି ରହୁନଥିବାରୁ ମାଣିକ ଅସହାୟ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି କୋରାପୁଟରୁ ପୁଅକୁ ବଦଳି କରି ଯାଜପୁର ଆଣିବାକୁ ।

ସେହିପରି କେନ୍ଦ୍ରାପଡ଼ାର ସନ୍ତୋଷ ସାହୁ । ଦିବ୍ୟାଙ୍ଗ କୋଟାରେ ୨୦୧୪ ମସିହାରେ ଚାକିରି ପାଇଥିଲେ । ୨୦୨୧ରେ କୌଣସି କାରଣ ନଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ନ୍ୟାୟ ପାଇଁ ନେତା ଓ ଅଧିକାରୀଙ୍କ ପାଖକୁ ଯାଇ ନିରାଶ ହୋଇଥିଲେ । ଏବେ ହାଇକୋର୍ଟ ସନ୍ତୋଷକୁ ପୁଣି ଚାକରି ଦେବାକୁ ନିର୍ଦ୍ଦେଶ ଦେବା ପରେ ବି ଏହା କାର୍ଯ୍ୟକାରୀ ହେଉନାହିଁ । ଏ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ସନ୍ତୋଷ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତିରେ ସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe