କନକ ବ୍ୟୁରୋ : ଝାଡ଼ଖଣ୍ଡରେ ରାଜନୀତି ଓଡ଼ିଶାରେ ତାତି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବାକୁ ଥିବାବେଳେ ରଘୁବାର ଦାସଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚାଜୋର ଧରିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଦିଲ୍ଲୀରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତିରଘୁବର। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଥିଲେ ରଘୁବର ଦାସ। କିଛିଦିନତଳେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା ଭୁବନେଶ୍ୱରରେ ରଘୁବର ଦାସଙ୍କୁ ଭେଟିଥିଲେ ।ତେଣୁ କୁହାଯାଉଛି, ସେ ଝାଡଖଣ୍ଡ ରାଜନୀତିକୁ ପୁଣି ଫେରିପାରନ୍ତି ।
ଚର୍ଚ୍ଚା ହେଉଛି, ଜାମସେଦପୁର ଅଂଚଳରେ ଝାଡଖଣ୍ଡମୁକ୍ତି ମୋର୍ଚ୍ଚାର ଗଡ ଭାଙ୍ଗିବାକୁ ଜଣେ ବଡ ଚେହେରା ଚାହୁଁଛି ବିଜେପି । ତେଣୁ ରଘୁବର ଦାସଙ୍କୁସକ୍ରିୟ ରାଜନୀତିକୁ ଆଣିବାକୁ କିମ୍ୱା ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିର୍ବାଚନ ଲଢାଇବାକୁ ଯୋଜନାକରୁଛି ବିଜେପି ।
ଓଡିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବା ପରେ ପଡୋଶୀ ଝାଡଖଣ୍ଡରେଡବଲ ଇଞ୍ଜିନ ସରକାର ପାଇଁ ଅଣ୍ଟା ଭିଡିଛି ବିଜେପି । ଏଥିପାଇଁ ଓଡିଶା ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୁଇଦିନିଆ ଗସ୍ତରେ ଝାଡଖଣ୍ଡ ଯାଇ ଓଡିଆ ଲୋକ ରହୁଥିବା ସିଂହଭୂମିରେପରିବର୍ତ୍ତନ ସଭା କରିଛନ୍ତି । କାଲି ଓଡିଶା ବହୁଳ ଚାଇଁବସାରେ ପରିବର୍ତ୍ତନ ଯାତ୍ରା ସମାପନ ସଭାରେଯୋଗଦେବେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ସାଂସଦ ମମତା ମହନ୍ତ ମଧ୍ୟ ପ୍ରଚାରଦାୟିତ୍ୱରେ ଅଛନ୍ତି ।
ଝାଡଖଣ୍ଡରେ ଓଡିଶା ନେତାଙ୍କ ପ୍ରଚାର କରିବା ପଛରେ ବିଜେପିର ଖାସରଣନୀତି ରହିଛି ।
-ଝାଡ଼ଖଣ୍ଡରେ ୨୦ ଲକ୍ଷ ଓଡ଼ିଆ ତଥା ୧୮ % ଭୋଟର ରହୁଛନ୍ତି
-ଷଢେଇକଳା, ଖରସୁଆଁରେ ୭୦ ପ୍ରତିଶତ ଲୋକ ଓଡ଼ିଆ ଭାଷାରେ କଥାହୁଅନ୍ତି
-ଝାଡ଼ଖଣ୍ଡରେ ଅଧିକାଂଶ ଆଦିବାସୀ ଭୋଟର ଅଛନ୍ତି
ତେଣୁ ଓଡିଆ ନେତାଙ୍କୁ ନେଇ ଝାଡଖଣ୍ଡରେ ଜୋରଦାର ପ୍ରଚାର କରି ୫ ବର୍ଷପରେ ପୁଣି ଥରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି ବିଜେପି ।