CM TROPHY Photograph: (KANAK NEWS)
କନକ ବ୍ୟୁରୋ: ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସିଏମ୍ ଟ୍ରଫି’ ଚାମ୍ପିୟନସିପର ଆୟୋଜନ କରାଯିବ। ଏଥିରେ ୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା। ୩୨ ହଜାରରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା। ଏନେଇ ଜାନୁଆରି ୭ରୁ ୧୪ ପର୍ୟ୍ୟନ୍ତ ଚାଲିବ ପଞ୍ଜୀକରଣ ପ୍ରକ୍ରିୟା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ 'ସିଏମ୍ ଟ୍ରଫି' ଚମ୍ପିୟାନସିପ୍ର ଆୟୋଜନ କରାଯିବ।
ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ। ମୁଖ୍ୟତଃ ୪ଟି ଖେଳ ଫୁଟବଲଳ ଭଲିବଲ, କବାଡ଼ି ଓ ଖୋଖୋ ପ୍ରତିଯୋଗିତା ହେବ। ଫୁଟବଲ୍ ପାଇଁ ୧୫ ବର୍ଷରୁ କମ୍ ଖେଳାଳି, ଭଲିବଲ ପାଇଁ ୧୪ ବର୍ଷରୁ କମ୍ ଖେଳାଳି ଭାଗ ନେଇପାରିବେ। ସେହିପରି କବାଡ଼ି ପାଇଁ ୧୬ ବର୍ଷରୁ କମ୍ ଓ ଖୋଖୋ ପାଇଁ ୧୪ ବର୍ଷରୁ କମ୍ ବୟସର ଖେଳାଳି ଭାଗ ନେଇପାରିବେ। ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଆହୁରି ପଢ଼ନ୍ତୁ : ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା
ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ। ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତର, ଜୋନାଲ୍ ଏବଂ ଶେଷରେ ରାଜ୍ୟସ୍ତରୀୟ ଚମ୍ପିୟାନସିପ ଅନୁଷ୍ଠିତ ହେବ। ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଟିମ୍ ଗଠନ କରାଯିବ। ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏବଂ ୩୨,୦୦୦ ଯୁବ କ୍ରୀଡ଼ାବିତ୍ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ୟ୍ୟାୟ ଜାନୁଆରି - ଫେବୃଆରି ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟ ମେ ମାସରୁ ଆରମ୍ଭ ହେବ।
Follow Us