ରାଜ୍ୟକୁ ଫେରିବ ଟେଟ୍ରା ପ୍ୟାକ୍‌ : ସହଜରେ ମଦ ମିଳିବ, ପ୍ରଦୂଷଣ କମିବ

Advertisment

ଗୋଟିଏ ପଟେ ମଦମୁକ୍ତ ନାରା, ଅନ୍ୟପଟେ ବଢିଚାଲିଛି ମଦ ବିକ୍ରି । କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ବିକିବାକୁ ନିଷ୍ପତ୍ତି ନେଇ ବଢିଲା ବିବାଦ । ବିରୋଧୀଙ୍କ ଅଭିଯୋଗ ପ୍ରୋତ୍ସାହନ ଦେଉଛନ୍ତି ସରକାର,  ରାଜସ୍ବ ପାଇଁ ମଦ ଉପରେ ଭରସା ।

ଗୋଟିଏ ପଟେ ମଦମୁକ୍ତ ନାରା, ଅନ୍ୟପଟେ ବଢିଚାଲିଛି ମଦ ବିକ୍ରି । କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ବିକିବାକୁ ନିଷ୍ପତ୍ତି ନେଇ ବଢିଲା ବିବାଦ । ବିରୋଧୀଙ୍କ ଅଭିଯୋଗ ପ୍ରୋତ୍ସାହନ ଦେଉଛନ୍ତି ସରକାର,  ରାଜସ୍ବ ପାଇଁ ମଦ ଉପରେ ଭରସା ।

Liquor Sale

କନକ ବ୍ୟୁରୋ: ମଦ ଆଉ କାଚ ବୋତଲରେ ମିଳିବନି । ଫ୍ରୁଟି ପ୍ୟାକେଟ୍ ଭଳି ଟେଟ୍ରା ପ୍ୟାକରେ ମିଳିବ ମଦ। କାଚ, ବୋତଲ ବଦଳରେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଏନେଇ ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ଚର୍ଚ୍ଚା ଜୋର ଧରିଛି । ବିରୋଧୀ କହୁଛନ୍ତି ମଦ ବିକ୍ରିକୁ ସହଜ କରି ସରକାର ରାଜସ୍ୱ ପାଇଁ ଗରିବଙ୍କ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ।  

ଏହା ବି ପଢ଼ନ୍ତୁ: ରାତି ସାରା ପାଟ୍ରୋଲିଂ କରୁଥିଲେ ପୁଲିସ୍, ଥାନାରେ ପହଞ୍ଚିବା ଆଗରୁ…

ନୂଆ ଅବକାରୀ ନୀତି ଆସିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ବିଭାଗ। ଏଣିକି କାଚ ବୋତଲ କି ଟିଣ କ୍ୟାନରେ ନୁହେଁ ଟେଟ୍ରା ପ୍ୟାକରେ ମିଳିବ ମଦ। ଏନେଇ ପୂର୍ବରୁ ଅନୁମତି ଦିଆଯାଇଥିବା ବିଧାନସଭାରେ ଅବକାରୀ ମନ୍ତ୍ରୀ ଲିଖିତ ଉତ୍ତର ଦେବା ପରେ ଚର୍ଚ୍ଚା ବଢ଼ିଛି। ଟେଟ୍ରା ପ୍ୟାକ୍‌ କହିଲେ କାଗଜ ପ୍ୟାକେଟ୍‌। ଯାହା କାଗଜ ବୋର୍ଡ, ପ୍ଲାଷ୍ଟିକ୍‌ ଓ ଆଲମିନିୟମ୍‌ ଫଏଲ୍‌କୁ ନେଇ ପ୍ରସ୍ତୁତ। ଫ୍ରୁଟି, ଜୁସ୍‌, ଦୁଗ୍ଧ ମିଳୁଥିବା କାଗଜ ପ୍ୟାକେଟ୍‌ ଭଳି ପ୍ୟାକେଟ୍‌ରେ ଏଣିକି ମଦ ମିଳିବ । ସେପଟେ ଚର୍ଚ୍ଚା ହେଉଛି ଦେଶୀ ମଦ ରୋକିବାକୁ ଏଭଳି ଉପାୟ ଆପଣେଇବାକୁ ଯାଉଛି ବିଭାଗ। କାରଣ ଦେଶୀ ମଦ ବିକ୍ରିରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପଲିଥିନ ଉପରେ ଅଙ୍କୁଶ ଲାଗିବ। ଅନ୍ୟପଟେ ଟେଟ୍ରା ପ୍ୟାକ ଦ୍ୱାରା ମଦ ସହଜରେ ମିଳିବ, ପରିବହନ ଖର୍ଚ୍ଚ କମିବ, ପ୍ରଦୂଷଣ ବି ବଢ଼ିବନି ଓ ବିକ୍ରି ବି ବଢ଼ିବ ।
 

  • ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି କି ସରକାର ?
  • ରାଜସ୍ୱ ପାଇଁ ବାଜିରେ ଲାଗୁଛି କି ଲୋକଙ୍କ ଜୀବନ ?

ସାଧାରଣରେ ପ୍ରଶ୍ନ ଉଠୁଛି ମଦ ବିକ୍ରିକୁ କାହିଁକି ସହଜ କରିବାକୁ ଚାହୁଛନ୍ତି ସରକାର ? ସମସ୍ତେ ଜାଣନ୍ତି ଖଣି ପରେ ଅବକାରୀ ବିଭାଗ ହେଉଛି ସରକାରଙ୍କ ରାଜସ୍ୱ ଆଦାୟର ବଡ଼ ସ୍ରୋତ । ୨୦୨୫-୨୬ରେ ବର୍ତ୍ତମାନ ସୁଦ୍ଧା ୯ ହଜାର କୋଟି ଟଙ୍କା ଟପିଲାଣି । ୨୦୨୬-୨୭ରେ ଅବକାରୀ ରାଜସ୍ୱ ବାବଦରେ ୧୦,୯୦୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବର୍ଷକ ଭିତରେ ୧୧ଶହ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆଦାୟ ଲକ୍ଷ୍ୟ ମଦ ମୁକ୍ତ ଓଡ଼ିଶା ଗଠନକୁ ଶକ୍ତ ଧକ୍କା । ପ୍ରଶ୍ନ ଉଠୁଛି ରାଜସ୍ୱ ବଡ଼ ନା ଓଡ଼ିଶାର ଗରିବ ପରିବାରର ଜୀବନ ବଡ଼ ? ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ ? ମଦକୁ ଫ୍ରୁଟି ଭଳି ଉପଲବ୍ଧ କରାଇବାକୁ କାହିଁକି ଚାହୁଛନ୍ତି ସରକାର ? ଗାଁ ଗାଁରେ ମଦ ପହଞ୍ଚାଇ ସରକାର କ’ଣ ଯୁବପିଢ଼ିଙ୍କୁ ନିଶାଗ୍ରସ୍ତ କରିବାକୁ ଚାହୁଛନ୍ତି ? ରାଜସ୍ୱ ବଡ଼ ନା ଓଡ଼ିଶାର ଗରିବ ପରିବାରର ଜୀବନ ବଡ଼ ? 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe