କନକ ବ୍ୟୁରୋ : ରାଜ୍ୟ ସରକାର ଆଇଏଏସ ସୁଜାତା କାର୍ତ୍ତିକେୟନ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତା ରାଜ୍ୟ ସରକାରଙ୍କ ନିକଟକୁ ଏକ ଆବେଦନ ପଠାଇଥିଲେ । ହେଲେ ରାଜ୍ୟ ସରକାର ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଚଳିତ ବର୍ଷ ମେ’ ମାସରୁ ସୁଜାତା କାର୍ତ୍ତିକେୟନ ଛୁଟିରେ ରହିଥିଲେ । ସେପଟେ ରାଜ୍ୟ ସରକାର ଛୁଟି ଆବେଦନକୁ ଖାରଜ କରିବା ସହ ଛୁଟି ଅବଧୀ ସମ୍ପୂର୍ଣ୍ଣ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।