କନକ ବ୍ୟୁରୋ : ସରକାରଙ୍କ ଫୋକସରେ ଗ୍ରାମ୍ୟ ବିକାଶ । ୨୦୨୭ ଡିସେମ୍ବର ସୁଦ୍ଧା ସବୁ ଗାଁକୁ ରାସ୍ତା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗ ଲକ୍ଷ୍ୟ । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ 'ମିସନ ପାୱାର' । ପାୱାରର ଅର୍ଥ ହେଉଛି ବିଦ୍ୟୁତ ଯୋଗାଣ, ଜଳଯୋଗାଣ ଓ ରାସ୍ତା ସଂଯୋଗୀକରଣ । ଏହି କାର୍ଯ୍ୟକ୍ରମ ମିଶନ ମୋଡ୍ରେ କରାଯିବ । ଏଥିପାଇଁ ସଂକଳ୍ପ ଚିଠା ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଖସଡା ପ୍ରସ୍ତୁତ କରି ସମୟ ସୀମା ଭିତରେ ସାରିବାକୁ ଟାର୍ଗେଟ ଦିଆଯାଇଛି । ଓଡିଶାର ବହୁତ ଗାଁକୁ ରାସ୍ତା ସଂଯୋଗୀକରଣ ହୋଇପାରିନି, ଯାହା ଦ୍ୱାରା ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି । ପୂର୍ବରୁ ଅନେକ ସମୟ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସରିନାହିଁ ।
ଅଧିକ ପଢ଼ନ୍ତୁ--ମହିଳା କ୍ରିକେଟ୍ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ, ନିଜ ବାସଭବନରେ ବିଶ୍ବବିଜୟିନୀଙ୍କୁ ଭେଟିଲେ ଆଉ କଲେ ପ୍ରଶଂସା
ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଅଛନ୍ତି । ସେହିପରି ବହୁତ ଗାଁକୁ ପାନୀୟ ଜଳ ପହଞ୍ଚିପାରିନାହିଁ ବୋଲି ନୋଟ୍ସିଟରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। 'ମିସନ ପାୱାର'କୁ ମିଶନ ମୋଡ୍ରେ କରିବାକୁ ଆସନ୍ତା ୧୦ତାରିଖରେ ବଡ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବୈଠକରେ କାଯ୍ୟକାରୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/06/mission-power-2025-11-06-16-00-22.jpg)