କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏପରି ଏକ ଘଟଣାକୁ ଗମ୍ଭୀର ଓ ସ୍ପର୍ଶକାତର ଘଟଣା ଭାବେ ଗ୍ରହଣ କରାଯାଇଛି। ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ସହିତ ଯୋଗାଯୋଗରେ ରହିଛି। ଦିଲ୍ଲୀ ପୋଲିସର ତଦନ୍ତ ଉପରେ ମଧ୍ୟ ନଜର ରଖାଯାଇଛି। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ। ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି।
ଦିଲ୍ଲୀରେ ଓଡ଼ିଆ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା: ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ଓଡ଼ିଶା ପୁଲିସ୍
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏପରି ଏକ ଘଟଣାକୁ ଗମ୍ଭୀର ଓ ସ୍ପର୍ଶକାତର ଘଟଣା ଭାବେ ଗ୍ରହଣ କରାଯାଇଛି।