କନକ ବ୍ୟୁରୋ: ପଶ୍ଚିମବଙ୍ଗ ବଜାରରେ ଓଡ଼ିଶା ମାଛର ଚାହିଦା, ଦୀଘା ମାଛ ବଜାରରେ ଓଡ଼ିଶା ମାଛ ବ୍ୟବସାୟୀଙ୍କ ଭିଡ଼। ରାଜ୍ୟରେ ମାଛ ବିକ୍ରି ପାଇଁ ଭଲ ବଜାର ନଥିବାରୁ ଓଡ଼ିଶାର ଟ୍ରଲର ମାଲିକ ଓ ମାଛ ବ୍ୟବସାୟୀ ମାନେ ପଶ୍ଚିମବଙ୍ଗ ମୁହାଁ।
ଅଧିକ ଦର ସାଙ୍ଗକୁ ଇଲିସି, ଭେକ୍ଟି ଭଳି ବିଭିନ୍ନ ଭେରାଇଟର ମାଛ ବିକ୍ରି ପାଇଁ ଅଧିକ ସଂଖ୍ୟକ ପାଇକାରୀ ବ୍ୟବସାୟୀ ମଧ୍ୟ ଦୀଘା ବଜାରରେ ଉପଲବ୍ଧ ରହିଛନ୍ତି, ଯାହା ଓଡିଶା ବଜାରରେ ଉପଲବ୍ଧ ନାହିଁ। ଏଥିପାଇଁ ଓଡ଼ିଶାର ବଡ଼ ବଡ଼ ମାଛ ବ୍ୟବସାୟୀ ମାନେ ଦୀଘାରେ ମାଛ ବିକ୍ରି କରୁଛନ୍ତି। ଓଡ଼ିଶାର ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ର ମାନଙ୍କରେ ଏକା ଥରେ ଅଧିକ ମାତ୍ରାରେ ଟ୍ରଲର ଲାଗିଲେ ମାଛ କିଣିବା ପାଇଁ ବ୍ୟବସାୟୀ ମିଳୁ ନାହାନ୍ତି, ଯାହା ଫଳରେ ମାଛ ବିକ୍ରି ନ ଅଧିକାଂଶ ସମୟରେ ମାଲିକ ମାନଙ୍କୁ କମ ଦରରେ ମାଛ ବିକ୍ରି କରିବାକୁ ପଡୁଛି। ଏହି ସବୁ କାରଣ ପାଇଁ ଓଡ଼ିଶାର ବଡ଼ ବଡ଼ ଟ୍ରଲର ମାଲିକ ମାନେ ଦୀଘା ଯାଇ ସେଠାରେ ବ୍ୟବସାୟ କରୁଥିବା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/gZqXuaiRhyyYVOXfikhO.jpg)