କନକ ବ୍ୟୁରୋ : ଓଡ଼ିଶା ଫାୟାର ସେଫ୍ଟି କଣ୍ଟ୍ରାକ୍ଟର  ମାନଙ୍କ ଅଡିଟ୍ ତଥା ଲାଇସେନ୍ସ ପ୍ରାଧିକରଣ ଟ୍ରେନିଂ ନିମନ୍ତେ ଆରମ୍ଭ ହୋଇଥିବା  ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱର ଠାରେ ଥିବା ଓଡ଼ିଶା ଫାୟାର ସେଫ୍ଟି ଟ୍ରେନିଂ ସେଣ୍ଟର୍ ଠାରେ ଆଜି ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ  ମାନ୍ୟବର ଡି.ଜି., ଫାୟାର,  ଯୋଗଦେବା ସହ ଆଗାମୀ ଦିନରେ ଆସୁଥିବା ଓଡ଼ିଶା ଫାୟାର ସେଫ୍ଟି କଣ୍ଟ୍ରାକ୍ଟର ମାନଙ୍କ ଅଡିଟ୍ ତଥା ଲାଇସେନ୍ସ ଅଧିଗ୍ରହଣ ପ୍ରକ୍ରିୟା ବିଷୟରେ ଅଂଶଗ୍ରହଣକାରୀଙ୍କୁ ପ୍ରାଞ୍ଜଳ ଭାବରେ  ବୁଝାଇଥିଲେ ।

Advertisment

ଅଧିକ ପଢନ୍ତୁ...ରୋଗ ଗାୟବ କରେ ଗ୍ରୀନ୍‌ ମଟର; ଶୀତଦିନେ ଖାଆନ୍ତୁ ପ୍ରଚୁର

 ବିଗତ ୫ ଦିନ ଧରି ଉକ୍ତ କର୍ମଶାଳାରେ ପ୍ରଦତ୍ତ ପ୍ରଶିକ୍ଷଣର ଉପଯୋଗିତା ସମ୍ବନ୍ଧରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତ ରୁ ଯୋଗଦେଇଥିବା ପ୍ରାୟ ୨୦୦ କଣ୍ଟ୍ରାକ୍ଟରଙ୍କ ସମସ୍ତ ପ୍ରଶ୍ନର ସ ବିସ୍ତୃତ ଉତ୍ତର ମାନ୍ୟବର ଡି.ଜି. ମହୋଦୟ ପ୍ରଦାନ କରିଥିଲେ ।  ଏହିପରି ଏକ କର୍ମଶାଳା ଆଗାମୀ  ୨-୩ ମାସ ମଧ୍ୟରେ ପୁନଃ ଅନୁଷ୍ଠିତ ହେବ ବୋଲି ମଧ୍ୟ ଡି.ଜି. ମହୋଦୟ ସୂଚନା ପ୍ରଦାନ କରିଥିଲେ ।  

ଓଡ଼ିଶାର ନିର୍ମାଣ ନବୀକରଣ ପାଇଁ ଆଗାମୀ ଦିନରେ ଫାୟାର ସେଫ୍ଟିର ଆବଶ୍ୟକତା ଓ ଏହାର ଗୁରୁତ୍ଵ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ରାଜ୍ୟର କଣ୍ଟ୍ରାକ୍ଟର  ଓ ବ୍ୟବସାୟୀ ମାନେ କିପରି ଟ୍ରେନିଙ୍ଗ ଓ ଟେକ୍ନୋଲୋଜି ର ଉପଯୋଗ କରିପାରିବେ ତା'ର ସୁଚିନ୍ତିତ ପରାମର୍ଶ ଦେଇଥିଲେ । ସର୍ବଶେଷରେ ଫାୟାର ସେଫ୍ଟି କଣ୍ଟ୍ରାକ୍ଟର ଏବଂ ବ୍ୟବସାୟୀ ବନ୍ଧୁ ମାନଙ୍କ ପକ୍ଷରୁ  ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା.