କନକ ବ୍ୟୁରୋ : ସାରା ରାଜ୍ୟରେ ସାର ପାଇଁ ହାହାକାର ପଡ଼ିଲାଣି । ଚାଷୀ ରାଜରାସ୍ତାକୁ ଓହ୍ଲାଇଲେଣି । ଆଉ ଏହାର ସୁଯୋଗ ନେଇ ସାରର କଳାବଜାରୀ ଆରମ୍ଭ ହେଲାଣି । କୃଷି ମନ୍ତ୍ରୀ ସାର କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିବାବେଳେ ବିରୋଧୀ ବର୍ଷିଛନ୍ତି ।
ସାର ପାଇଁ ଚାରିଆଡ଼େ ଏବେ ହାହାକାର । ଧାନ ରୁଆପୋତା ସମୟରେ ୟୁରିଆ ନ ମିଳିବାରୁ ଚାଷ କାମ ଛାଡି ନବରଙ୍ଗପୁର ଓ ମାଲକାନଗିରିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏହାରି ଭିତରେ ସାର ମିଳୁନଥିବାରୁ କଳାବଜାରୀ ସକ୍ରିୟ ହୋଇଛନ୍ତି । କୋରାପୁଟର କୋଟପାଡ଼ ଅଞ୍ଚଳର ସାରକୁ ପଟାସ ସାର ନାଁରେ ଚାଷୀଙ୍କୁ ବାଲିରେ ରଙ୍ଗ ବୋଳି ବିକ୍ରି କରାଯାଉଛି । ପାଣିରେ ମିଳେଇଲେ ଏହାର ରଙ୍ଗ ଛାଡ଼ି ଯାଉଛି ଏବଂ ବାଲି ରହିଯାଉଛି ।
ସାରା ରାଜ୍ୟରେ ସାର ପାଇଁ ସଂଗ୍ରାମ ଚାଲିଲାଣି । ସାର ଅଭାବରୁ ଧାନ ଅମଳ କମିଯିବା ଆଶଙ୍କା ସୃଷ୍ଟି ହେଲାଣି । ୟା ଭିତରେ ରାଜଧାନୀରେ ରାଜନୀତି ଜୋର ଧରିଛି । କୃଷି ମନ୍ତ୍ରୀ କହିଛନ୍ତି, ସାରର ଅଭାବ ହୋଇନାହିଁ, ସରକାର ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସାର କଳାବଜାରୀ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ରାଜ୍ୟରେ ସାର ମିଳୁନି । ସେପଟେ ବିଭାଗୀୟ ମନ୍ତ୍ରୀ ଖତ ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରଶ୍ନ ଉଠୁଛି, ଚାଷୀଙ୍କ ସମସ୍ୟାର ଅନ୍ତ ହେବ କେବେ ?
ଧାନ ଟାର୍ଗେଟ୍ ବଢ଼ୁଛି, ସାର ଟାର୍ଗେଟ୍ ବଢ଼ୁନି କାହିଁକି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/25/fertilizer-shortage-2025-08-25-20-03-12.jpg)