ମଣ୍ଡି ଖୋଲିଛି, ଚାଷୀ ବିକିପାରୁନି ଧାନ; ୧୮ ଜିଲ୍ଲାରେ ଏପର୍ଯ୍ୟନ୍ତ ଖୋଲିନି ମଣ୍ଡି

Advertisment

ଅନ୍ୟ ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଧାନର ଏମସପି ଅଧିକ ରହିଛି । ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି ସରକାର । ହେଲେ ଅଧିକାଂଶ ଚାଷୀ ଏଥିରୁ ଲାଭ ପାଇପାରୁନାହାନ୍ତି । ଧାନ ଅମଳ ପରେ ବିକିବା ପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଅନ୍ୟ ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଧାନର ଏମସପି ଅଧିକ ରହିଛି । ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି ସରକାର । ହେଲେ ଅଧିକାଂଶ ଚାଷୀ ଏଥିରୁ ଲାଭ ପାଇପାରୁନାହାନ୍ତି । ଧାନ ଅମଳ ପରେ ବିକିବା ପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

Paddy

Paddy Photograph: (Kanak News)

କନକ ବ୍ୟୁରୋ : ଧାନ ଅମଳ ସରିବାକୁ ପ୍ରାୟ ମାସେ ବିତିଲାଣି । ଏପର୍ଯ୍ୟନ୍ତ ଧାନ କିଣା ସରୁଖୁରୁରେ ହୋଇପାରିନାହିଁ । ସରକାର ଧାର୍ଯ୍ୟ କରିଛନ୍ତି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ । ହେଲେ ଅଧାରୁ ଅଧିକ ଚାଷୀ ଉପକୃତ ହୋଇପାରୁନାହାନ୍ତି । ଧାନ କିଣା ପାଇଁ ଏବେ ରାଜ୍ୟରେ ୧୨ ଜିଲ୍ଲାରେ ମଣ୍ଡି ଖୋଲିଛି । ଆହୁରି ୧୮ ଜିଲ୍ଲାରେ ମଣ୍ଡି ଖୋଲା ଯାଇପାରିନାହିଁ ।

ଅନ୍ୟ ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଧାନର ଏମସପି ଅଧିକ ରହିଛି । ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି ସରକାର । ହେଲେ ଅଧିକାଂଶ ଚାଷୀ ଏଥିରୁ ଲାଭ ପାଇପାରୁନାହାନ୍ତି । ଧାନ ଅମଳ ପରେ ବିକିବା ପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏପଟେ ରାଜ୍ୟରେ ୧୨ ଜିଲ୍ଲାରେ ମଣ୍ଡି ଖୋଲିଛି । ଆହୁରି ୧୮ ଜିଲ୍ଲାରେ ମଣ୍ଡି ଖୋଲାଯାଇପାରିନାହିଁ । ଆଉ ଯେଉଁଠି ବି ମଣ୍ଡି ଖୋଲିଛି ସେଠାରେ ଧାନ ସଂଗ୍ରହ ଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଗୁଣପୁରରେ କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ଆସିନଥିବାରୁ ମଣ୍ଡିରେ ଧାନ କିଣାଯାଇପାରୁନାହିଁ । ଫଳରେ ମଣ୍ଡିକୁ ଯାଇ ଚାଷୀଙ୍କୁ ନିରାଶ ହେବାକୁ ପଡୁଛି । ସୋନପୁରରେ ଧାନ ବିକ୍ରି ହୋଇନପାରିବାରୁ ୬ ଦିନ ହେଲା ବରଗଡ଼ ମୁଖ୍ୟ ରାସ୍ତା ସାରସମାଲ ଛକରେ ଧାନ ବସ୍ତା ରଖି ଚାଷୀ ରାସ୍ତାରୋକ କରିଛନ୍ତି ।

ଚାଷୀ ଧାନ ବିକିବାକୁ ହନ୍ତସନ୍ତ ହେଉଥିଲେ ମଧ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରରେ ଚାଲିଛି । ଧାନ ସଂଗ୍ରହର ୨୫ ଦିନ ମଧ୍ୟରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଗୁଣ ବେଗରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି ବୋଲି ଦାବି କରିଛନ୍ତି ସରକାର । ୧୨ଟି ଜିଲ୍ଲାରେ ସୁରୁଖୁରୁରେ ଧାନ ସଂଗ୍ରହ ହେଉଛି ।

             ଗତବର୍ଷ                                    ଚଳିତବର୍ଷ
ଚାଷୀ ପଞ୍ଜୀକରଣ- ୧୭ ଲକ୍ଷ ୫୦ ହଜାର           ୧୯ ଲକ୍ଷ ୬୮ ହଜାର
ଜମି ପଞ୍ଜୀକରଣ- ୫୮.୧୪ ଲକ୍ଷ ଏକର          ୬୧.୬୭ ଲକ୍ଷ ଏକର
ଟୋକନ ବଣ୍ଟନ -  ୪.୦୭ ଲକ୍ଷ                       ୯.୪୧ ଲକ୍ଷ
ଧାନ ସଂଗ୍ରହ-     ଲକ୍ଷ ମେଟ୍ରିକ୍ ଟନ୍             ୫ ଲକ୍ଷ ମେଟ୍ରିକ୍ ଟନ୍             
ଧାନ ବିକିଥିବା ଚାଷୀ- ୬୦ ହଜାର                   ୧ ଲକ୍ଷ

ଧାନ କିଣାରେ ଅବ୍ୟବସ୍ଥା ନେଇ ବାରମ୍ବାର ଚାଷୀଙ୍କ ଅଭିଯୋଗ ପରେ ଲୋକସେବା ଭବନରେ ମନ୍ତ୍ରୀ ସ୍ତରୀୟ ବୈଠକ ହୋଇଛି । ବୈଠକରେ ଜିଲ୍ଲାୱାରି ଧାନ କିଣା ବାବଦରେ ଆଲୋଚନା ହୋଇଛି । ଧାନକିଣା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମଣ୍ଡି ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe