କନକ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ଯେପରି ଓଡିଶା ଚାଷୀଙ୍କ ପିଛା ଛାଡୁନି। ଧାନ ଚାଷ ଆରମ୍ଭ ବେଳେ ମରୁଡି ପରିସ୍ଥିତି ଧାନ ପାଚିବା ସମୟରେ ବାତ୍ୟା ଦାନା ଆଉ ଏବେ ଧାନ ଅମଳ ସମୟରେ ବାତ୍ୟା ଫେଙ୍ଗାଲ ଚାଷୀଙ୍କ ଚିନ୍ତା ବଢ଼େଇଲାଣି । ତାମିଲନାଡୁରେ ହେବାକୁ ଥିବା ଏହି ବତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଝିପିଝିପି ବର୍ଷା ହେଉଛି । ଧାନ ଅମଳ ସମୟରେ ବର୍ଷା ଚାଷୀଙ୍କ ମୁଣ୍ଡ ବ୍ୟଥା କାରଣ ପାଲଟିଛି।
ବାତ୍ୟ ଫେଞ୍ଜଲର ପ୍ରଭାବ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। କିଛି ସ୍ଥାନରେ ହାଲୁକା ବର୍ଷା ହେଉଥିବା ବେଳେ ଫସଲ ନଷ୍ଟ ହେବା ଆଶଙ୍କା କରି ଚାଷୀ ତରତର ହୋଇ ଧାନ କାଟୁଛନ୍ତି । ଅସ୍ତରଙ୍ଗରେ ସମୁଦ୍ର ଅଶାନ୍ତ ରହିଛି । ଉଚ୍ଚ ଜୁଆର କୂଳକୁ ମାଡ଼ି ଆସୁଛି। ଯାହାକୁ ନେଇ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଅଂଚଳବାସୀ ଭୟଭୀତ ଅଛନ୍ତି । ଅନ୍ୟପଟେ ଚାଷୀ ମାନେ ଧାନ ବିଲରେ ଫସଲ ସାଇତି ରଖିବା ସହ ଖଳାକୁ ବୋହି ଆଣୁଛନ୍ତି । ଆଉ କିଛି ଚାଷୀ ଧାନ ବିଲରେ ପଲିଥିନ୍ ଘୋଡ଼ାଇ ରଖୁଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟରେ। କେରାପୁଟର ବିଭିନ୍ନ ଅଞ୍ଚଳରେ ଏବେ ଧାନକଟା ଚାଲିଛି। ହେଲେ ଝିପିଝିପି ବର୍ଷା ଯୋଗୁଁ ମସ୍ତିପୁଟ, ମହାଦେଇପୁଟ ଓ ସଦର ଅଞ୍ଚଳରେ ଚାଷୀମାନେ ତରବର ହୋଇ ଧାନ ଅମଳ କରୁଛନ୍ତି । ପାଚିଲା ଧାନ ଖଳାକୁ ଆଣି ମେସିନ୍ ସାହାର୍ୟ୍ୟରେ ବସ୍ତା କରୁଛନ୍ତି । ସେହିପରି ବାତ୍ୟା ପ୍ରଭାବରେ ଦେବଗଡ ଜିଲ୍ଲାରେ ମଧ୍ୟ ଝିପିଝିପି ବର୍ଷା ହୋଇଛି। ଚାଷୀ ବିଲରେ ଧାନ ରଖିବା ସହ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛି। ୪ ମାସ କାଳ ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଫସଲ କରିଛି । ହେଲେ ଅମଳ ସମୟରେ ବର୍ଷା ଚାଷୀଙ୍କୁ ଡ଼ରାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/UdOcZHVukVojpVVy6usI.jpg)