ଓଡିଶା ଆକାଶରେ ବାତ୍ୟା ପେଙ୍ଗାଲର ପ୍ରଭାବ । ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ପାଚିଲା ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ

ମେଘୁଆ ଆକାଶ ସାଙ୍ଗକୁ କିଛି ସ୍ଥାନରେ କୁଣ୍ଡାଝରା ବର୍ଷା। କ୍ଷେତ ଓ ଖଳାରେ ଧାନ ସାଇତି ରଖିବାରେ ଚାଷୀ ବ୍ୟସ୍ତ । କେତେକ ସ୍ଥାନରେ ଧାନ ଅମଳ ହେଲାଣି । ଖଳାରେ ପଡ଼ିଛି । ଆଉ କିଛି ସ୍ଥାନରେ କ୍ଷେତରେ ପାଚିଲା ଅବସ୍ଥାରେ ରହିଛି । ବର୍ଷା ହେଲେ ନଷ୍ଟ ହୋଇଯିବ । ଏଣୁ ଚାଷୀ ତରତର ହୋଇ ଧାନ କାଟିବା ସହିତ କ୍ଷେତ ଓ ଖଳାରେ ସାଇତି ରଖିବା ବ୍ୟବସ୍ଥା କରୁଛନ୍ତି ।

sdfafsd

କନକ ବ୍ୟୁରୋ :  ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁ ତଥା ଦକ୍ଷିଣ ଭାରତରେ ପ୍ରବଳ ପବନ ଓ ବର୍ଷା ଲାଗି ରହିଥିବା ବେଳେ ଓଡ଼ିଶା ଚାଷୀଙ୍କୁ ବି ଚିନ୍ତା ଘାରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବା ପରେ କ୍ଷେତ ଓ ଖଳାରେ ଥିବା ଧାନର ସୁରକ୍ଷା ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ...

ମେଘୁଆ ଆକାଶ ସାଙ୍ଗକୁ କିଛି ସ୍ଥାନରେ କୁଣ୍ଡାଝରା ବର୍ଷା। କ୍ଷେତ ଓ ଖଳାରେ ଧାନ ସାଇତି ରଖିବାରେ ଚାଷୀ ବ୍ୟସ୍ତ । କେତେକ ସ୍ଥାନରେ ଧାନ ଅମଳ ହେଲାଣି । ଖଳାରେ ପଡ଼ିଛି । ଆଉ କିଛି ସ୍ଥାନରେ କ୍ଷେତରେ ପାଚିଲା ଅବସ୍ଥାରେ ରହିଛି । ବର୍ଷା ହେଲେ ନଷ୍ଟ ହୋଇଯିବ । ଏଣୁ ଚାଷୀ ତରତର ହୋଇ ଧାନ କାଟିବା ସହିତ କ୍ଷେତ ଓ ଖଳାରେ ସାଇତି ରଖିବା ବ୍ୟବସ୍ଥା କରୁଛନ୍ତି ।

କେବଳ ଧାନ ପ୍ରତି ବିପଦ ନୁହେଁ, ଏବର୍ଷ ଶୀତ ବିଳମ୍ବ ଯୋଗୁ ପନିପରିବା ଚାଷ ପ୍ରଭାବିତ ହୋଇଥିବା ବେଳେ ବର୍ଷା ହେଲେ ଆହୁରି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ...   

ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ପାଲଟିଛି ବର୍ଷା ଆଶଙ୍କା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe