କନକ ବ୍ୟୁରୋ: ନୂଆ ନିବେଶରେ ବିକଶିତ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା। 'ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି'ର ତଥ୍ୟ ଉତ୍ସାହଜନକ। କାରଣ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ, ରାଜ୍ୟରେ ନିବେଶ ହୋଇଛି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା। ଅର୍ଥାତ ଏପ୍ରିଲରୁ ଜୁନ୍ ମଧ୍ୟରେ ନିବେଶ କ୍ଷେତ୍ରରେ ଓଡ଼ିଶା ଶୀର୍ଷରେ ରହିଛି ।୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ଅର୍ଥାତ ଏପ୍ରିଲରୁ ଜୁନ୍ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ନିବେଶ ହୋଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି- ସିଏମ୍ଆଇଇ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଏପରିକି ଘରୋଇ ନିବେଶ କ୍ଷେତ୍ରରେ ଶୀର୍ଷରେ ରହିଛି ଓଡ଼ିଶା।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବିଭିନ୍ନ ଘରୋଇ କମ୍ପାନି ମୋଟ୍ ସାଢ଼େ ୩ ଲକ୍ଷ କୋଟି ନିବେଶ କରିଛନ୍ତି। ଯାହା ଗତବର୍ଷ ଏହି ଅବଧିର ପ୍ରାୟ ଦୁଇଗୁଣା। ଶୀର୍ଷ ୫ ରାଜ୍ୟରେ ୩ ଲକ୍ଷ ୫୦ ହଜାର କୋଟିରୁ ୮୫ ଦଶମିକ ୭ ପ୍ରତିଶତ ନିବେଶ ହୋଇଛି। ଓଡ଼ିଶା ଟପ୍ରେ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓ ହରିଆଣା ଭଳି ବିକଶିତ ରାଜ୍ୟକୁ ପଛରେ ପକାଇ ଦେଇଛି । ଓଡ଼ିଶାକୁ ନିବେଶର ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବାକୁ ମୋହନ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଡବଲ ଇଞ୍ଜିନ ସରକାରେ ଏହାର ଫାଇଦା ଓଡ଼ିଶାକୁ ମିଳିଥିବା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।