ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର: ପରାଜୟ ସହ ରଣଜୀ ସିଜିନ୍‌ ସାରିଲା ଓଡ଼ିଶା

Advertisment

ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍‌-ଏ’ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ଘରୋଇ ଝାଡ଼ଖଣ୍ଡ ଅପ୍ରତ୍ୟାଶିତ ଭାବେ ୪ ୱିକେଟ୍‌ରେ ହରାଇ ଦେଇଛି । ପ୍ରଥମ ପଦାର୍ପଣରେ ୧୮ ବର୍ଷୀୟ ବାମହାତୀ ସ୍ପିନର୍‌ ସୟଦ ତୁଫୈଲ ଅହମଦ ଉଭୟ ପାଳିରୁ ୮ ୱିକେଟ୍‌ ଦଖଲ କରିବା ସତ୍ତ୍ବେ ଓଡ଼ିଶାକୁ ପରାଜୟ ବରଣ କରିବାକୁ ପଡ଼ିଛି । 

ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍‌-ଏ’ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ଘରୋଇ ଝାଡ଼ଖଣ୍ଡ ଅପ୍ରତ୍ୟାଶିତ ଭାବେ ୪ ୱିକେଟ୍‌ରେ ହରାଇ ଦେଇଛି । ପ୍ରଥମ ପଦାର୍ପଣରେ ୧୮ ବର୍ଷୀୟ ବାମହାତୀ ସ୍ପିନର୍‌ ସୟଦ ତୁଫୈଲ ଅହମଦ ଉଭୟ ପାଳିରୁ ୮ ୱିକେଟ୍‌ ଦଖଲ କରିବା ସତ୍ତ୍ବେ ଓଡ଼ିଶାକୁ ପରାଜୟ ବରଣ କରିବାକୁ ପଡ଼ିଛି । 

tufel

କନକ ବ୍ୟୁରୋ: ଆଉ ଏକ ପରାଜୟ ସହିତ ଓଡ଼ିଶା ରଣଜୀ ଦଳ ୨୦୨୫-୨୬ ଋତୁ ଶେଷ କରିଛି । ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍‌-ଏ’ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ଘରୋଇ ଝାଡ଼ଖଣ୍ଡ ଅପ୍ରତ୍ୟାଶିତ ଭାବେ ୪ ୱିକେଟ୍‌ରେ ହରାଇ ଦେଇଛି । ପ୍ରଥମ ପଦାର୍ପଣରେ ୧୮ ବର୍ଷୀୟ ବାମହାତୀ ସ୍ପିନର୍‌ ସୟଦ ତୁଫୈଲ ଅହମଦ ଉଭୟ ପାଳିରୁ ୮ ୱିକେଟ୍‌ ଦଖଲ କରିବା ସତ୍ତ୍ବେ ଓଡ଼ିଶାକୁ ପରାଜୟ ବରଣ କରିବାକୁ ପଡ଼ିଛି । ଫଳରେ ପ୍ରଥମ ପାଳିରେ ୧୯ ରନ୍‌ ଅଗ୍ରଣୀ ନେଇଥିଲେ ମଧ୍ୟ ଏହାକୁ ସୁରକ୍ଷିିତ ରଖିନପାରି ଶୂନ୍ୟ ହସ୍ତରେ ଫେରିଛି । ଓଡ଼ିଶା ୭ ମ୍ୟାଚ୍‌ରୁ ଗୋଟିଏ ବିଜୟ, ୫ ପରାଜୟ ସହିତ ୭ ପଏଣ୍ଟ୍‌ ପାଇ ସପ୍ତମ ସ୍ଥାନରେ ଅଭିଯାନ ଶେ‌ଷ କରିଛି । ଏହି ମ୍ୟାଚ୍‌ ହାରିଯାଇଥିଲେ ଝାଡ଼ଖଣ୍ଡ କ୍ବାର୍ଟରଫାଇନାଲ୍‌ରୁ ବଞ୍ଚିତ ହୋଇଥା’ନ୍ତା । ତେବେ ସଫଳତାର ସହ ଏଭଳି ବିପଦକୁ ଟାଳି ରୋମାଞ୍ଚକ ବିଜୟ ସହ ଗ୍ରୁପ୍‌ ବିଜେତା ହୋଇ ନକ୍‌ ଆଉଟ୍‌ ଯୋଗ୍ୟତା ଅର୍ଜନ କରି ନେଇଛି ।

ଏହା ବି ପଢ଼ନ୍ତୁ: ଈଶାନଙ୍କ ଶତକ; ସାମ୍‌ସନ୍‌ଙ୍କ ପାଇଁ ଆଣିଲା ବିଶ୍ବକପ୍‌ ଚିନ୍ତା

ରବିବାର ଓଡ଼ିଶା ଏହାର ଦ୍ବିତୀୟ ପାଳିକୁ ୨୦୨/୮ରୁ ଖେଳି ଗୋବିନ୍ଦ ପୋଦ୍ଦାର (୩୧) ଓ ସୁନିଲ ରାଉଳ (୧୨)ଙ୍କୁ ହରାଇ ୨୨୬ ରନ୍‌ରେ ଅଟକିଯାଇଥିଲା । ଏହି ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଝାଡ଼ଖଣ୍ଡକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଗୋବିନ୍ଦ ପୋଦ୍ଦାର ପ୍ରଥମ ୨ ୱିକେଟ୍‌ ଦଖଲ ପରେ ସୟଦ ତୁଫୈଲ ଅହମଦ ୪ ୱିକେଟ୍‌ ଦଖଲ କରି କିଛିଟା ଆଶା ସଂଚାର କରିଥିଲେ । କିନ୍ତୁ ଶରଣଦୀପ ସିଂହ, ରବିନ ମିଞ୍ଚ୍‌, ଅନୁକୁଲ ରାୟଙ୍କ ଲଢ଼ୁଆ ପାଳି ବଳରେ ଝାଡ଼ଖଣ୍ଡ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବାରୁ ରବିନ୍‌ ମିଞ୍ଜ୍‌ (୫୨ ଓ ୬୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଓଡ଼ିଶା ପ୍ରଥମ ପାଳି-୨୮୨ (ସ୍ବସ୍ତିକ ସାମଲ ୭୯, ଗୋବିନ୍ଦ ପୋଦ୍ଦାର ୬୪, ସୌରଭ ଶେଖର ୩/୪୩, ଆଦିତ୍ୟ ସିଂହ ୩/୩୫) । ଝାଡ଼ଖଣ୍ଡ ପ୍ରଥମ ପାଳି: ୨୬୩ (ଶିଖର ମୋହନ ୮୦, ରବିନ ମିଞ୍ଜ ୫୨, ସୟଦ ତୁଫୈଲ ଅହମଦ ୪/୭୮, ଗୋବିନ୍ଦ ପୋଦ୍ଦାର ୩/୭୧, ରାଜେଶ ମହାନ୍ତି ୨/୩୭) । ଓଡ଼ିଶା ଦ୍ବିତୀୟ ପାଳି: ୭୬.୫ ଓଭରରେ-୨୨୬ (ଶୁଭ୍ରାଂଶୁ ସେନାପତି ୭୩, ଗୋବିନ୍ଦ ପୋଦ୍ଦାର ୩୧, ଅନୁକୁଲ ରୟ ୫/୭୨, ଆଦିତ୍ୟ ସିଂହ ୪/୭୭) । ଝାଡ଼ଖଣ୍ଡ ଦ୍ବିତୀୟ ପାଳି: ୭୧.୩ ଓଭରରେ ୨୪୯/୬ (ଶରଣଦୀପ ସିଂହ-୬୪, ରବିନ୍‌ ମିଞ୍ଚ୍‌-୬୩, ଅନୁକୂଳ ରୟ-୪୫, ଆଦିତ୍ୟ ସିଂହ-୨୨*, ସୟଦ ତୁ‌‌ଫୈଲ ଅହମଦ-୪/୧୦୧,‌ଗୋବିନ୍ଦ ‌ପୋଦ୍ଦାର-୨/୯୩) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe