କନକ ବ୍ୟୁରୋ : ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । OCAC ଠାରେ ସୁଭଦ୍ରା କଲ ସେଣ୍ଟର ଉଦଘାଟିତ ହୋଇଛି । ଉଦ୍‌ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ସର୍ବସାଧାରଣଙ୍କ ସୁବିଧା ପାଇଁ ଖୋଲିଲା ସୁଭଦ୍ରା କଲ୍‌ ସେଣ୍ଟର । ନିଜର ସନ୍ଦେହ ଦୂର କରିବାକୁ ଫୋନ ଆସୁଛି । ଦୈନିକ ୨୦ରୁ ୨୨ ହଜାର ଫୋନ୍ କଲ୍ ଆସୁଛି । ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଯାଏ କଲ ସେଣ୍ଟର ଖୋଲା ରହିବ ।

ସେ ଆହୁରି କହିଛନ୍ତି, ୧୭ ପରେ ବି ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ଦିଆଯିବ । ଓଡ଼ିଶା ବିକାଶରେ ସୁଭଦ୍ରା ଯୋଜନା ମୂଳପିଣ୍ତ ହେବ । ଯିଏ ଟଙ୍କା ଦାବି କରୁଛି, ସେନେଇ ଅଭିଯୋଗ କରନ୍ତୁ । ସୁଭଦ୍ରା କଲ ସେଣ୍ଟରକୁ କଲ କରି ଜଣାନ୍ତୁ । ସୁଭଦ୍ରା କଲ ସେଣ୍ଟର ନମ୍ବର ୧୪୬୭୮ ।

ସେପଟେ ସୁଭଦ୍ରା ଯୋଜନା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ ହେବ । ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ଯେଉଁ ସ୍ଥାନ ନିରୁପଣ କରାଯାଇଥିବ ଆଜି ଅପରାହ୍ନରୁ ସେଠାରେ ଫର୍ମ ସଂଗ୍ରହ କରାଯିବ ।  ଏହା ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।

ସୁଭଦ୍ରା ଯୋଜନା ସମ୍ପର୍କୀତ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଏକ ୱେବ୍ ପୋଟାଲର ଶୁଭାରମ୍ଭ କରାଯାଇଛି । www.subhadra.odisha.gov.in ରେ ଲଗଇନ୍ କଲେ ସୁଭଦ୍ରା ଯୋଜନା ସମ୍ପର୍କୀତ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ । ଯୋଜନା ସମ୍ପର୍କୀତ ନୂଆ ଘୋଷଣା ମଧ୍ୟ ୱେବ ପୋଟାଲରେ ଉପଲବ୍ଧ ହେବ । ଏହାଛଡ଼ା ଟୋଲ ଫି ନମ୍ବର ୧୪୬୭୮ରେ କଲ୍ କରିହେବ । ଏହା ସକାଳ ୬ଟାରୁ ରାତି ୧୦ଟା ଯାଏ କାର୍ୟ୍ୟକ୍ଷମ ରହିବ । ତେବେ ପ୍ରଥମ କିସ୍ତିରେ ସମସ୍ତ ଆବେଦନକାରୀ ମହିଳାଙ୍କୁ ଏହି ଟଙ୍କା ମିଳିବନି । କେବଳ ୧୦ରୁ ୨୦ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।