କନକ ବ୍ୟୁରୋ: ନକ୍ସଲ ପ୍ରସଙ୍ଗ ନେଇ ପୋଲିସ ଡିଜି Y B ଖୁରାନିଆ ବଡ଼ ବୟାନ ଦେଇଛନ୍ତି । ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳପୋଛ ହେବ ବୋଲି ସେ କହିଛନ୍ତି । ନକ୍ସଲ ପ୍ରସଙ୍ଗ ନେଇ ବୈଠକ ପରେ ଏନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା ଆସିଛି ।

ବର୍ତ୍ତମାନ ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ଜିଲ୍ଲା ଝଚମାନଙ୍କ ସହ ଆଲୋଚନା ହେଇଛି । ବିଭିନ୍ନ ରେଞ୍ଜ ଊଓଏ ଓଏମାନଙ୍କ ସହ ଆଲୋଚନା ହେଇଛି, ଗ୍ରାଉଣ୍ଡ ସ୍ଥିତି ବୁଝା ହେଇଛି । ଆଗାମୀ ଦିନରେ ଆଣ୍ଟି ନକ୍ସଲ ଅପରେସନ କାର୍ୟ୍ୟକ୍ରମକୁ  ତ୍ୱରିତ କରିବା ନେଇ ବି ଆଲୋଚନା ହେଇଛି ।

ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି, “ଆଶା କରୁଛୁ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ ହେବ । ଏହି ଲକ୍ଷ୍ୟ ସେଥିରେ ସଫଳ ହେବ । କାରଣ ନକ୍ସଲ ମୂଳପୋଛ ପାଇଁ ଗୃହମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି । ଓଡ଼ିଶା ପୋଲିସ ନକ୍ସଲ ଦମନ୍ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ରାଷ୍ଟ୍ରୀୟ ସ୍ତରରେ ଆମକୁ ମାନ୍ୟତା ମିଳିଛି, ଆମେ ସେ କାମକୁ ଆହୁରି ଆଗକୁ ନେବୁ । ଯେଉଁ ଜିଲ୍ଲାରେ ସମସ୍ୟା ଅଛି ସେ ଜିଲ୍ଲାଗୁଡ଼ିକ ବିଷୟରେ ଆଲୋଚନା ହେଇଛି ଓ ଖବର ନିଆଯାଇଛି, ସେ ସମସ୍ୟାର ସମାଧାନ ହେବ । ଆଗାମୀ ଦିନରେ ନକ୍ସଲ ଅପରେସନ ଜୋରଦାର କରାଯିବ, ଆଶା କରୁଛୁ ଆମକୁ ସଫଳତା ମିଳିବ ।“