କନକ ବ୍ୟୁରୋ : ପାଣି ଘେରରେ ହନ୍ତସନ୍ତ ହେଉଛି ଅନେକ ଗାଁ । ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ଉଜୁଡ଼ି ଯାଇଛି ଚାଷୀମାନଙ୍କର ପରିବା ଫସଲ , ଚିନ୍ତାରେ ଅଛନ୍ତି ଚାଷୀକୁଳ । ଏହିଭଳି ପରିସ୍ଥିତିରେ ବାଲେଶ୍ୱର ଭୋଗରାଇରେ ପହଞ୍ଚିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେଠାରେ ପହଞ୍ଚି ବନ୍ୟାଞ୍ଚଳରେ ସ୍ଥିତି ଦେଖିବା ସହ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିଛନ୍ତି । 

Advertisment

ବନ୍ୟା ପାଣିରେ ଉବୁଟୁବୁ ତଳିଆ ବାସୀ । କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ସତର୍କ ସୂଚନା ତଳେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ଭୋଗରାଇର ୪ ପଞ୍ଚାୟତ ଏବେ ବି ପାଣି ଘେରରେ ରହିଛି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ସତର୍କ ସୂଚନା ୯.୧୭ ମିଟରରେ ରହିଛି । ହେଲେ ଭୋଗରାଇ ବ୍ଳକର ୪ ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି।  ଭୋଗରାଇ ବ୍ଲକ କୁସୁଡା ପଞ୍ଚାୟତ ଗୁଜଡିହା ଗାଁର ଲୋକେ ଆଜିକୁ ୪ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ତେବେ ନଦୀ କୂଳିଆ ପଞ୍ଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ  ପଞ୍ଚାୟତ ଗବ ଗାଁ, କୁସୁଡା, ଖରିଦ ପିପଳ ଓ ନାଛିଣ୍ଡା ଆଦି ଅଂଚଳରେ ପାଣି ବଢ଼ୁଥିବା ଦେଖିବା  ପାଇଁ ମିଳିଛି । ଏହାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ଯାତାୟାତ୍ତ ପାଇଁ ଦୁଇଟି ବସର ବ୍ୟବସ୍ତା କରାଯାଇଛି । ସେହିପରି ଜଳକା ନଦୀର ମଥାନୀ ଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଥିଲା ୫.୪୫ ମିଟର ।