କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ ପ୍ରବାସୀ ଓଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷରେ ୧୧ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି । ବହୁ ପ୍ରତିକ୍ଷିତ ଓଡିଶା କପ ୨୦୨୪ ପାଇଁ ଆୟୋଜକଙ୍କ ବୈଠକର ସଫଳ ସମାପ୍ତି ଘୋଷଣା କରି ଓଡିଶା କ୍ରୀଡା ସଂଗଠନ ୟୁଏଇ ଆୟୋଜକ କମିଟି ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲାସିତ । ଆଜି ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ ରଜତ ରଥ, ସୁଶାନ୍ତ ଜେନା, ନିର୍ଲିପ୍ତ ମହାନ୍ତି, ପ୍ରଦ୍ୟୁମ୍ନ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଜଡିତ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। 

ଚଳିତ ବର୍ଷ ଓଡିଶା କପ୍ ୧୮ଟି ଟିମ ଅଶଂଗ୍ରହଣ କରି ଏକ ନୂତନ ଇତିହାସ ରଚିବାକୁ ସ୍ଥିର ହୋଇଛି। ଯାହା ଓଡିଶା କପ୍ ୟୁଏଇ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ। ଏହି ଟୁର୍ଣ୍ଣାମେଣ୍ଟ ୨୯ସେପ୍ଟେମ୍ବର ୨୦୨୪ରେ ଆରମ୍ଭ ହେବାକୁ ସ୍ଥିର ହୋଇଛି ଏବଂ ୟୁଏଇର ତିନୋଟି ପ୍ରମୁଖ କ୍ରିକେଟ ଗ୍ରାଉଣ୍ଡ- ସାରଜାହାର ଏଆଇ ଧଇଦ କ୍ରିକେଟ ଭିଲେଜ, ଉମା ଏଆଇ କ୍ୱେନର ୟୁନିକର୍ନ କ୍ରିକେଟ ଗ୍ରାଉଣ୍ଡ, ଫୁଜେରାର ଏଆଇ ମାଧବ କ୍ରିକେଟ ଭିଲେଜରେ ଅନୁଷ୍ଠିତ ହେବ। 

ଏହି ବୈଠକରେ ୧୮ଟି ଦଳ ମଧ୍ୟରେ ଏକ ସ୍ୱଚ୍ଚ ମାଧ୍ୟମ ଚିଟ୍ ବ୍ୟବସ୍ଥା ଜରିଆରେ ୩ଟି ଦଳରେ ବିଭକ୍ତ କରାଯାଇଥିଲା।  ଦଳ ଗୁଡିକ ଓଡିଆ ଖେଳାଳିଙ୍କ ଗୌରବ ପାଇଁ ଲଢେଇ କରୁଥିବା ସହିତ ଗ୍ରୁପ ପର୍ଯ୍ୟାୟରେ ରୋମାଞ୍ଚକର ଏବଂ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ ଖେଳିବାର ପ୍ରତିଶୃତି ଦେଇଥାଏ। 

ବୈଠକର ଏକ ସ୍ୱତନ୍ତ୍ର ବିଭାଗରେ, ୟୁଏଇର ଓଡ଼ିଶା କପ୍ କ୍ରୀଡ଼ା ସଂଗଠନର ଆୟୋଜକ କମିଟି ଏକ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶା କପ୍ ସହ ପ୍ରତ୍ୟକ୍ଷ ଜଡିତ ହୋଇଥିବା ଖେଳାଳି ମାନଙ୍କୁ ସମ୍ମାନିତ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ। ଏହି ଖେଳାଳିମାନେ ଗତ ବର୍ଷ ମାନଙ୍କରେ ତାଙ୍କର ଉଲ୍ଲେଖନୀୟ ସମର୍ପଣ ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ପରମ୍ପରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। 

ଓଡିଶା କପ୍ ୨୦୨୪ ଏକ ଐତିହାସିକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଯାହା ସାରା ବିଶ୍ୱର ଓଡିଶା ପ୍ରବାସୀ ଏବଂ କ୍ରିକେଟ ଉତ୍ସାହୀ ମାନଙ୍କୁ ଏକାଠି କରିବ। ଟୁର୍ଣ୍ଣାମେଣ୍ଟର ଏହି ସଂସ୍କରଣ ଏପର୍ଯ୍ୟନ୍ତ ସର୍ବୋତ୍ତମ ହେବା ପାଇଁ ଆୟୋଜକ କମିଟି ଅକ୍ଳାନ୍ତ ପରିଶ୍ରମ କରୁଛି। 

କ୍ରିକେଟ ଏବଂ ଓଡିଆ ସମ୍ପ୍ରଦାୟଙ୍କ ଏହି ଉତ୍ସାହ ଏବଂ ରୋମାଞ୍ଚକର ଉତ୍ସବ ପାଇଁ କିକ୍ ଅଫ୍ ତାରିଖ ପର୍ଯ୍ୟାୟକ୍ରମେ ପାଖେଇ ଆସୁଥିବା ବେଳେ ପରବର୍ତ୍ତୀ ସୂଚନା ପାଇଁ ଅପେକ୍ଷା କରିବାକୁ ସଂଗଠନର ସମସ୍ତ ସଦସ୍ୟଙ୍କ ତରଫରୁ ବିନୀତ ଅନୁରୋଧ ରହିଲା।