ଆଜି ଓଡ଼ିଶା ନିର୍ମାଣ କନକ୍ଲେଭ : ସାମିଲ ହେବେ ଦୁଇ ମନ୍ତ୍ରୀ । ପ୍ରସଙ୍ଗ ଦାଦନ, କ୍ରୀଡ଼ା ଓ ପର୍ଯ୍ୟଟନ

କେମିତି ହେବ ସ୍ୱପ୍ନର ଓଡ଼ିଶା? ବିକଶିତ ଓଡ଼ିଶାର ଭାଗ୍ୟ କାହା ହାତରେ ଲେଖାଯିବ? ନୀତି ନିର୍ଦ୍ଧାରକମାନେ କିଭଳି ଯୋଜନା କରିବା ଉଚିତ୍‌? କାର୍ୟ୍ୟକାରୀ କରିବାରେ କଉଁଠି ରହୁଛି ସମସ୍ୟା? ବିଚାର ବିମର୍ଶରୁ ବାହାରିବ ନିସ୍କର୍ଷ। ଏଭଳି ଉଦ୍ଦେଶ୍ୟ ରଖି ପ୍ରତିବର୍ଷ କନକ ନ୍ୟୁଜ ଆୟୋଜନ କରିଆସୁଛି ଓଡ଼ିଶା ନିର୍ମାଣ କନକ୍ଲେଭ। ଗୋଟିଏ ମଞ୍ଚରେ ଏକାଠି ବସି ମତାମତ ରଖୁଛନ୍ତି ଉଭୟ ସରକାରୀ ଓ ବିରୋଧୀ ପକ୍ଷ। ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାକୁ ଭୁଲି ଗଠନମୂଳକ ପ୍ରସ୍ତାବ ଜରିଆରେ ରାଜ୍ୟବାସୀଙ୍କ ଆଗରେ ରଖୁଛନ୍ତି ବିକଶିତ ଓଡ଼ିଶର ରୋଡମ୍ୟାପ୍‌। ବର୍ଷ ୨୦୨୪ର କ୍ୟାଲେଣ୍ଡର ଏହାର ଶେଷ ଫର୍ଦ୍ଦ ଛୁଇଁବାକୁ ଯାଉଥିବାବେଳେ ପୁଣିଥରେ ସେହି ଅବସର ଆସିଛି ।

ଅଦ୍ୟତନ ହୋଇଛି
ODISHA

କନକବ୍ୟୁରୋ : କେମିତି ହେବ ସ୍ୱପ୍ନର ଓଡ଼ିଶା?  ବିକଶିତ ଓଡ଼ିଶାର ଭାଗ୍ୟ କାହା ହାତରେ ଲେଖାଯିବ?  ନୀତି ନିର୍ଦ୍ଧାରକମାନେ କିଭଳି ଯୋଜନା କରିବା ଉଚିତ୍‌? କାର୍ୟ୍ୟକାରୀ କରିବାରେ କଉଁଠି ରହୁଛି ସମସ୍ୟା?  ବିଚାର ବିମର୍ଶରୁ ବାହାରିବ ନିସ୍କର୍ଷ ।  ଏଭଳି ଉଦ୍ଦେଶ୍ୟ ରଖି ପ୍ରତିବର୍ଷ କନକ ନ୍ୟୁଜ ଆୟୋଜନ କରିଆସୁଛି ଓଡ଼ିଶା ନିର୍ମାଣ କନକ୍ଲେଭ । 

ଗୋଟିଏ ମଞ୍ଚରେ ଏକାଠି ବସି ମତାମତ ରଖୁଛନ୍ତି ଉଭୟ ସରକାରୀ ଓ ବିରୋଧୀ ପକ୍ଷ। ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାକୁ ଭୁଲି ଗଠନମୂଳକ ପ୍ରସ୍ତାବ ଜରିଆରେ ରାଜ୍ୟବାସୀଙ୍କ ଆଗରେ ରଖୁଛନ୍ତି ବିକଶିତ ଓଡ଼ିଶର ରୋଡମ୍ୟାପ୍‌  । ବର୍ଷ ୨୦୨୪ର କ୍ୟାଲେଣ୍ଡର ଏହାର ଶେଷ ଫର୍ଦ୍ଦ ଛୁଇଁବାକୁ ଯାଉଥିବାବେଳେ ପୁଣିଥରେ ସେହି ଅବସର ଆସିଛି ।

ଶନିବାର ଭୁବନେଶ୍ୱରର ତାରକା ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜନ ହେବ ଓଡ଼ିଶା ନିର୍ମାଣ କନକ୍ଲେଭ- ୨୦୨୪। ଏଥିରେ ସାମିଲ ହେବେ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ସୁରେଶ ପୂଜାରୀ ଓ ପୃଥ୍ୱୀରାଜ ହରିଚନ୍ଦନ ।  ମୋଟ୍‌ ୫ଟି ସେସନରେ ରାଜ୍ୟ ବିକାଶର ବେଗ ବଢ଼ାଇବାଠାରୁ ଆରମ୍ଭ କରି ଯୁବ ନେତୃତ୍ୱଙ୍କ ଆଖିରେ ସ୍ୱପ୍ନ ଓ ଦାଦନ ପ୍ରସଙ୍ଗରେ ହେବ ବିସ୍ତୃତ ଆଲୋଚନା  ।

କ୍ରୀଡ଼ା, ପର୍ଯ୍ୟଟନ ଭଳି କ୍ଷେତ୍ରରେ ବିଶ୍ୱ ମାନଚିତ୍ରରେ କେମିତି ସ୍ୱତନ୍ତ୍ର ଛାପ ଛାଡ଼ିବ ଓଡ଼ିଶା। ଡବଲ ଇଞ୍ଜିନ ସରକାର ସବୁ ପଛୁଆ ଟ୍ୟାଗକୁ ପଛରେ ପକାଇ ରାଜ୍ୟକୁ ଆଗେଇ ନେବାରେ କେତେ ହେବ ସମର୍ଥ, ବିଶେଷଜ୍ଞ ରଖିବେ ମତ । 

ସଚେତନତା ଅଭାବରୁ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟକୁ ଅବହେଳା କରୁ। ଆଉ ରୋଗ ଚିହ୍ନିଲା ବେଳକୁ ଚିକିତ୍ସା କଷ୍ଟକର ହୋଇପଡ଼େ। ତେଣୁ ସାଧାରଣ ଲୋକଙ୍କଠାରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସଚେତନ କରାଇବାର ଦାୟିତ୍ୱ ତୁଲାଇ ଆସୁଛି କନକ ନ୍ୟୁଜ । ପ୍ରତିବର୍ଷ ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜର ମିଳିତ ପ୍ରୟାସରେ ଆୟୋଜନ ହେଉଛି ହେଲ୍‌ଥ କନକ୍ଲେଭ  ।

ଶନିବାର ସନ୍ଧ୍ୟାରେ ରାଜ୍ୟର ବଛାବଛା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ସ୍ୱସ୍ତି ପ୍ରମିୟମରେ ଆୟୋଜନ ହେବ ଦି ହେଲ୍‌ଥ କନକ୍ଲେଭ- ୨୦୨୪  । ଏଥିରେ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ରଘୁବର ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ମୋଟ୍ ୫ଟି ସେସନରେ ରାଜ୍ୟର ପ୍ରତିଷ୍ଠିତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ଉପସମ ନେଇ ପରାମର୍ଶ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe