କନକବ୍ୟୁରୋ : ଆରମ୍ଭ ହୋଇଛି ଓଡିଶା ନିର୍ମାଣ କନକ୍ଲେଭ ୨୦୨୪ । ଯୋଗ ଦେଇଛନ୍ତି ମୋହନ ସରକାରଙ୍କ ଦୁଇ ମନ୍ତ୍ରୀ । ଏହି ସଭାରେ ସ୍ୱାଗତ ଭାଷଣ ଆରମ୍ଭ କରିଥିଲେ ସମ୍ବାଦ ଗ୍ରୃଫ ଅଫ ଚେୟାରମ୍ୟାନ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସ୍ୱାଗତ ଭାଷଣ ପରେ ଅଧ୍ୟକ୍ଷଙ୍କ ସୂଚନା ୮୦ ଦଶକରୁ ଆଜି 
ପର୍ଯ୍ୟନ୍ତ  ରାଜନୈତିକ ସ୍ଥିରତାରେ ଆମକୁ କେହି ଟପିପାରିବେନି । 

Advertisment

୨୪ ବର୍ଷ ପରେ ଗୋଟିଏ ପରିବର୍ତ୍ତନ ହେଲା, ଅନେକ ଆଶା କରୁଥିଲେ ଟିକେ ଅସ୍ଥିରତା ରହିବ । ହେଲେ ୨୪ ବର୍ଷ ପରେ ମଧ୍ୟ ଗୋଟିଏ ସ୍ଥିର ପରିବର୍ତ୍ତନ ହେଇଛି । ତେଣୁ ମୋ ବିଚାରରେ ବିକାଶ ଓ ନିର୍ମାଣରେ ରାଜନୈତିକ ସ୍ଥିରତା ଆବଶ୍ୟକତା ଥିଲା 

ତାହା ଆଉ ପ୍ରସଙ୍ଗ ହେଇ ନାହିଁ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାର ନିର୍ମାଣ କନକ୍ଲେଭ କଥା ଚିନ୍ତା କଲାବେଳେ, ମୋର ୭୦ ଦଶକର କଥା ମନେପଡୁଛି । 

ସେ ସମୟରେ ରାଜନୈତିକ ଦଳମାନଙ୍କର ଗୋଟିଏ ନାରା ଥିଲା, ରାଜନୈତିକ ଅସ୍ଥିରତା ଯୋଗୁଁ ଓଡ଼ିଶାର ବିକାଶ ହେଇପାରୁନି । ସତେ ଯେପରି ରାଜନୈତିକ ସ୍ଥିରତା ଆସିଲେ, ବିକାଶ ତ୍ୱରାନ୍ୱିତ ହେବ । ରାଜନୈତିକ ଅସ୍ଥିରତାକୁ ଆମେ ସମ୍ପୂର୍ଣ୍ଣ ଭାବେ ପରାହତ କରିଛୁ କହିଲେ ଅତ୍ୟୁକ୍ତି ହେବନି ।