ODISHA ASSEMBLY Photograph: (KANAK NEWS)
କନକ ବ୍ୟୁରୋ: ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ଦେଖିବାକୁ ମିଳିଛି ସରଗରମ ଆଲୋଚନା । ମନ୍ତ୍ରୀଙ୍କ କହିବା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଯାହା ଭିତରୁ ୩୩ଟି ବେସରକାରୀ ଓ ୨ ଟି ସରକାରୀ ଶୀତଳ ଭଣ୍ଡାର । ତେବେ ଏହାର କ୍ଷମତା ରହିଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ ।
ତେବେ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହୋଇଛି। ଯାହା ଭିତରୁ ୨୨ଟି କାର୍ଯ୍ୟକ୍ଷମ ଅଛି ଆଉ ୪ଟି କାର୍ଯ୍ୟକ୍ଷମ ନାହିଁ । ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଥିବା ବେଳେ ସେଥିରୁ ୯୮ଟି କାର୍ଯ୍ୟକ୍ଷମ ନାହିଁ। ତା ଭିତରୁ ୨୦ଟି ସରକାରୀ ଓ ୮୮ ଟି ବେସରକାରୀ ଶୀତଳଭଣ୍ଡାର ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି, ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ହେବ ସ୍ବତନ୍ତ୍ର ନୀତି
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଶୀତଳ ଭଣ୍ଡାର ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଯଦି ସବୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା ଆଳୁ ଝଡ଼ ଦେଖିବାକୁ ମିଳିନଥାନ୍ତା। ସବ୍ ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି। ୧୫ ଟି ନୂଆ ଶୀତଳ ଭଣ୍ଡାର ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ ବିଦ୍ୟୁତ ଶୁଳ୍କ ରିହାତି ପାଇଁ ବି ବ୍ୟବସ୍ଥା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୩୯ ଟି ସୋଲାର କୋଲ୍ଡ ରୁମ ଖୋଲାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
Follow Us