ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ମନ୍ତ୍ର ।  'ବିଧାୟକମାନେ ଜିଲ୍ଲାରେ ରୁହନ୍ତୁ'

Advertisment

ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ ବାତ୍ୟା ପରିଚାଳନା ପାଇଁ ଗୁରୁ ଦାୟିତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଧାୟକଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।

Mohan

କନକ ବ୍ୟୁରୋ:  ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ ବାତ୍ୟା ପରିଚାଳନା ପାଇଁ ଗୁରୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ପାଇଥିବା ସରକାରୀ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଧାୟକଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ “ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe