ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ୟୁ-ଟର୍ଣ୍ଣ । ବିରୋଧ ପରେ ସ୍ୱର ବଦଳାଇଲେ ।

Advertisment

ସୁପ୍ରିମକୋର୍ଟ ରାୟ ଆଧାରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି କହିଥିଲେ ସରକାର । କିନ୍ତୁ ପଶ୍ଚିମ ଓଡିଶାରେ ଏହାର ବିରୋଧ ପରେ ସରକାର ସ୍ବର ବଦଳାଇ କହିଛନ୍ତି ।

ସୁପ୍ରିମକୋର୍ଟ ରାୟ ଆଧାରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି କହିଥିଲେ ସରକାର । କିନ୍ତୁ ପଶ୍ଚିମ ଓଡିଶାରେ ଏହାର ବିରୋଧ ପରେ ସରକାର ସ୍ବର ବଦଳାଇ କହିଛନ୍ତି ।

40୍୍

କନକ ବ୍ୟୁରୋ :  ୨୪ଘଣ୍ଟା ଭିତରେ ବିଧାନସଭାରେ ସରକାରଙ୍କ ସ୍ବର ବଦଳି ଯାଇଛି ।  ଖୋଦ୍ ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ  ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ଅଛି । ଲୋକଙ୍କୁ ତ୍ବରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର । ହାଇକୋର୍ଟ ବେଞ୍ଚ ସମ୍ପର୍କରେ ସୋମବାର ଯେଉଁ ଉତ୍ତର ଦିଆଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ କୁହାଯାଇଥିଲା ।
 
ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ପୁଣିଥରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ଇନ୍ଧନ ଯୋଗାଇଛି। ସୋମବାର ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଯଥାର୍ଥତା ନାହିଁ। ଏସବୁ ଭିତରେ ବିଜେପି କହିଛି, ଲୋକଙ୍କ ଦାବିକୁ ନେଇ ନିଷ୍ପତ୍ତି ନେବେ ସରକାର।

୨ ଦିନରେ ସରକାରଙ୍କ ଦୁଇଟି ଭିନ୍ନ ବିବୃତ୍ତିକୁ ନେଇ ବିଜେଡି କହିଛି ଆଉ ବିଚାରଧୀନ ନରଖି  ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାର ପ୍ରତିଶ୍ରୁତି ଦିଅନ୍ତୁ । କଂଗ୍ରେସର ଯୁକ୍ତି, ଲୋକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ନକରନ୍ତୁ ସରକାର । ଅନ୍ୟପଟେ ହାଇକୋର୍ଟ ବେଞ୍ଚକୁ ନେଇ ବିରୋଧୀ ବିଭ୍ରାନ୍ତି କରୁଥିବା କହିଛନ୍ତି ସମ୍ବଲପୁର ବାର ଆସୋସିଏସନର ପୂର୍ବତନ ସଭାପତି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ବିଚାରଧୀନ ରହିଥିବା ନେଇ ସରକାର ସ୍ପଷ୍ଟୀକରଣ ରଖିବା ପରେ ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ଦାବି ଉଠିଲାଣି । ତେଣୁ ସରକାର ଆଗକୁ କଣ ନିଷ୍ପତ୍ତି ନେବେ ତାଉପରେ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe