କନକ ବ୍ୟୁରୋ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫"ର ପ୍ରି କ୍ଵାର୍ଟର ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ୍ ଡବଲସ ଭଳି ସମସ୍ତ ବିଭାଗର ୩୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ତୃତୀୟ ଦିନର ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳି, ଦର୍ଶକ ଓ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏ ଅବସରରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ,କଟକ ସଦର ବିଧାୟକ ପ୍ରକାଶ ସେଠି, କ୍ରୀଡା ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା,କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମର କମିଶନର କିରଣ ଦୀପ କୌର ସହଟା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ ।
ତୃତୀୟ ଦିନରେ ଖେଳାଯାଇ ଥିବା ମହିଳା ସିଙ୍ଗଲ୍ ପୁରୁଷ ସିଙ୍ଗଲ ବିଭାଗରେ ପ୍ରାୟତଃ ସିଡେଡ଼ ଖେଳାଳିମାନେ ଉତ୍ତମ ଖେଳ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ରାଉଣ୍ଡକୁ ପହଞ୍ଚି ଯାଇଛନ୍ତି । ମହିଳା ବିଭାଗର ପ୍ରି କ୍ଵାର୍ଟର ରାଉଣ୍ଡରେ ଟପସିଡ ଭାରତୀୟ ଖେଳାଳି ଉନ୍ନତି ହୁଡ଼ା ଥାଇଲାଣ୍ଡ ଖେଳାଳି ତୀଦାପ୍ରନ କ୍ଳୀବାଇସୁନଙ୍କୁ ୨୧-୭,୨୧-୧୪ରେ ପରାଜିତ କରି କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି । ମହିଳା କ୍ୱାର୍ଟରରେ ପହଞ୍ଚିଥିବା ଅନ୍ୟ ଖେଳାଳିମାନେ ହେଲେ ତୃତୀୟ ସିଡ୍ ତନଭି ଶର୍ମା, ପଞ୍ଚମ ସିଡ୍ ଅନୁପମା ଉପାଧ୍ୟାୟ ଓ ଷଷ୍ଠ ସି୍ଡ ଅନମୋଲ ଖର୍ବ ।
ଆହୁରି ପଢ଼ନ୍ତୁ : ଭୁବନେଶ୍ୱରର ରେସ୍ତୋରାଁରେ ଲାଗିଲା ନିଆଁ ; ଜଳିଗଲା ସବୁକିଛି
ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପ ସିଡ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳି ଗୋବିନ୍ଦ କ୍ରିଷ୍ଣାଙ୍କୁ ୨୧-୧୬,୧୨-୨୧ ଓ ୨୧-୧୧ର ସଂଘର୍ଷପୂର୍ଣ୍ଣ ବିଜୟ ସହ କ୍ୱାର୍ଟରରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ଅନ୍ୟ ଖେଳାଳିମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ତଥା ଅଷ୍ଟମ ସିଡ୍ ସତୀଶ କୁମାର, ଦ୍ଵିତୀୟ ସିଡ୍ କିରଣ ଜର୍ଜ ଏବଂ ସପ୍ତମ ସିଡ ଶଙ୍କର ସୁବ୍ରମଣିଅନ ।
ମହିଳା ଡବଲସ ବିଭାଗରେ ଅନୁଷ୍ଠିତ ପ୍ରି କ୍ୱାର୍ଟର ରାଉଣ୍ଡ ମ୍ୟାଚରେ ଟପ୍ ସିଡ୍ ବୁଲଗେରିଆ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଭେଲିଶା କ୍ରିଷ୍ଟିନା ଓ ଅଗ୍ନିଆ ଶ୍ରୀରହୟୁଙ୍କୁ ୨୧-୧୯,୨୧-୧୩ ପଏଣ୍ଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ମହିଳା ଡବଲସର କ୍ୱାର୍ଟରରେ ପହଞ୍ଚି ଥିବା ଅନ୍ୟ ଯୋଡିମାନେ ହେଲେ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ସାଥି ଶିଖା ଗୌତମ, ଷଷ୍ଠ ସିଡ କବିପ୍ରିୟା ସେଲବମ ଓ ସାଥି ସିମରନ ସିଂଘି ଏବଂ ଅଷ୍ଟମ ସିଡ ଇଣ୍ଡୋନେସିଆ ଯୋଡି ଶିତି ସରହ ଆଜହାର ଏବଂ ଦିତ୍ୟା ରାମଧାନୀ । ଭାରତୀୟ ବ୍ୟାଡମିଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଙ୍ଘର ମିଳିତ ସହଯୋଗରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲର ସମସ୍ତ ମ୍ୟାଚ୍ ୧୨ ତାରିଖ ଦିନ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/12/badminton-championship-2025-12-12-11-36-31.jpeg)