ପ୍ରକାଶ ପାଇଲା OPSC ପରୀକ୍ଷା ଫଳ: ଝିଅଙ୍କ ତୁଳନାରେ ପୁଅ ଆଗରେ, ପ୍ରିୟାଂଶୁ ପାଲ୍‌ OAS ଟପ୍ପର

Advertisment

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ । ଉତ୍ତୀର୍ଣ୍ଣ ହେଲେ ୩୯୮ ମେଧାବୀ । ଟପ୍ପର କହିଲେ, କଠିନ ପରିଶ୍ରମ କରିଥିଲି ଫଳ ମିଳିଲା  । ଏଥର ଝିଅଙ୍କୁ ଟପିଲେ ପୁଅ । ପ୍ରଥମ ୧୦ ଭିତରେ ଜଣେ ଛାତ୍ରୀ ।  

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ । ଉତ୍ତୀର୍ଣ୍ଣ ହେଲେ ୩୯୮ ମେଧାବୀ । ଟପ୍ପର କହିଲେ, କଠିନ ପରିଶ୍ରମ କରିଥିଲି ଫଳ ମିଳିଲା  । ଏଥର ଝିଅଙ୍କୁ ଟପିଲେ ପୁଅ । ପ୍ରଥମ ୧୦ ଭିତରେ ଜଣେ ଛାତ୍ରୀ ।  

39OAS

କନକ ବ୍ୟୁରୋ: ଓଡ଼ିଶାର ସବୁଠୁ ଟପ୍ ପରୀକ୍ଷା OPSC ର ରେଜଲ୍ଟ ଆସିଛି । ପ୍ରକାଶ ପାଇଛି ୨୦୨୩ OPSC ପରୀକ୍ଷା ଫଳ । ମୋଟ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅନୁଗୁଳର ପ୍ରିୟାଂଶୁ ପାଲ୍‌ ଟପ୍ପର ହୋଇଛନ୍ତି । ରାଙ୍କ-୨ରେ ଅନନ୍ୟା ମିଶ୍ର, ରାଙ୍କ-୩ରେ ଅଛନ୍ତି ଶୋଭନ ପଟ୍ଟନାୟକ । ଏଥର ଝିଅଙ୍କ ତୁଳନାରେ ଅଧିକ ପୁଅ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ୧୦ରେ ଜଣେ ମାତ୍ର ଝିଅ ଅନନ୍ୟା ମିଶ୍ର ରହିଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୩୯୮ ମଧ୍ୟରୁ ୧୪୪ ଜଣ(୩୬%) ଝିଅ ଅଛନ୍ତି । 
 
ରିସ୍କ ନେଲେ ସଫଳତା ପାଇଲେ
ଚାକିରି ଛାଡ଼ି ଟପ୍ପର ବନିଲେ ପ୍ରିୟାଂଶୁ 

କଥାରେ ଅଛି, ରିକ୍ସ ନନେଲେ ଲାଭ ମିଳିନଥାଏ । ଘରୋଇ ଚାକିରି କରୁଥିବା ପ୍ରିୟାଂଶୁ ପ୍ରଥମ ଥର OPSC ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇପାରିନଥିଲେ । ତେଣୁ ଚାକିରି ଛାଡ଼ି ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ଦିନକୁ ୧୨ ଘଣ୍ଟା ଲେଖାଏଁ ପାଠ ପଢ଼ୁଥିଲେ ବୋଲି କହିଛନ୍ତି ପ୍ରିୟାଂଶୁ । କଠିନ ପରିଶ୍ରମ ଓ ଏକାଗ୍ରତା ଯୋଗୁ ଓଡ଼ିଶାର ଟପ୍ ପରୀକ୍ଷାର ଟପ୍ପର ହୋଇଛନ୍ତି ପ୍ରିୟାଂଶୁ । କୃତୀ ପରୀକ୍ଷାର୍ଥୀମାନେ ସଫଳତା ପଛରେ କଠିନ ପରିଶ୍ରମ ଏବଂ ଷ୍ଟ୍ରାଟେଜିକୁ ଗୁରୁତ୍ବ ଦେଇଛନ୍ତି ।


OPSC ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ୨୦୨୫ ସେପ୍ଟେମ୍ବରରେ ପର୍ସନାଲିଟି ଟେଷ୍ଟ ଦେଇଥିଲେ । ଏହି ପରୀକ୍ଷା ପରେ OPSC ୩୯୮ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe