ଟ୍ରେଡିଂରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକାମୀ ; ୩ ଅଭିଯୁକ୍ତ ଗିରଫ

ଟ୍ରେଡିଂରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଚଳୁ କରିଛନ୍ତି । ସାଇବର ଠକେଇ ମାମଲାରେ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ବିଭାଗ ।

jhgjh

Photograph: (kanaknews)

କନକ ବ୍ୟୁରୋ : ଓଡ଼ିଶା ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ବିଭାଗ ସାଇବର ଠକେଇ ମାମଲାରେ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଏମାନେ ସୋସିଆଲ୍‌ ମିଡିଆ ମାଧ୍ୟମରେ ଟ୍ରେଡିଂରେ ଟଙ୍କା ବିନିଯୋଗର ପ୍ରଲୋଭନ ଦେଖାଇ ୭ କୋଟିରୁ ଅଧିକ ଠକେଇ କରିଛନ୍ତି । 

ସୂଚନା ଅନୁସାରେ , ମହାରାଷ୍ଟ୍ରର ଦୁଇ ଅଭିଯୁକ୍ତ ସ୍ବପ୍ନିଲ୍ ଗୋରଖ ଢୋକଲେ ଓ ଅଜାଜ୍ ସଫିକ୍ ଶେଖଙ୍କୁ ଗିରଫ କରାଯାଇଛି ।  ଉଭୟ ଜଣେ ବ୍ୟକ୍ତିଙ୍କୁ IPO (ଇନିସିଆଲ୍ ପବ୍ଲିକ୍ ଅଫରିଂ) ଏବଂ OTC (ଓଭର-ଦି-କାଉଣ୍ଟର) ଟ୍ରେଡିଂରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ପ୍ରାୟ ୬କୋଟିରୁ ଅଧିକ ଟଙ୍କା ଚଳୁ କରିଛନ୍ତି । ତୃତୀୟ ଅଭିଯୁକ୍ତ ଗଣେଶ କେ. ସେଠି, ଯିଏ କି ବେଙ୍ଗାଲୁରୁର ବାସିନ୍ଦା । ତାଙ୍କୁ ତିନି ଦିନ ପୂର୍ବରୁ ଗିରଫ କରାଯାଇଥିଲା । ସେ ଆଉ ଜଣେ ବ୍ୟକ୍ତିଙ୍କଠାରୁ ୧ କୋଟି ଟଙ୍କାରୁ ଅଧିକ ଠକିନେଇଛନ୍ତି ।

ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ରହୁଥିବା ଓଡ଼ିଆ ଡାକ୍ତର ପଶ୍ଚିମବଙ୍ଗ ଆସାନସୋଲରେ ଏକ ଘରୋଇ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି । ସେ ସାମାଜିକ ଗଣମାଧ୍ୟମ ଜରିଆରେ ଏକ ନିବେଶକ ଗୋଷ୍ଠୀଙ୍କ ସମ୍ପର୍କରେ ଆସିଥିଲେ । ସେମାନେ ଟ୍ରେଡିଂରେ ହେଉଥିବା ଲାଭ ବିଷୟରେ ଡାକ୍ତରଙ୍କୁ କହିବା ପରେ ସେ ଲୋଭରେ ଆସିଯାଇଥିଲେ ।  ପ୍ରଚୁର ଲାଭର ଲୋଭ ଦେଖାଇ ସାଇବର୍ ଅପରାଧୀ ସାଢ଼େ ତିନି ମାସ ମଧ୍ୟରେ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ଠକି ନେଇଥିଲେ । ଠକାମୀର ଶିକାର ହେବା ପରେ କ୍ରାଇମବ୍ରାଞ୍ଚରେ ଜାନୁଆରି ୧୩ରେ ଏତଲା ସେ ଦେଇଥିଲେ । ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ୩ ଜଣଙ୍କୁ ଗିରଫ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe