କନକ ବ୍ୟୁରୋ: ରାଞ୍ଚିରେ ବସିଛି ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ । ୪ ରାଜ୍ୟ ଯୋଗଦେଇଥିବା ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ନିଜ ନିଜର ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବିଶେଷ କରି ଇଣ୍ଚରନେଟ୍ ଓ ବ୍ୟାଙ୍କିଂ ସେବା ବଢାଇବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶା କୁ ନେଇ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ପୂର୍ବାଂଚଳର ସମସ୍ୟା ନେଇ ଆଲୋଚନା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନିଜ ନିଜ ରାଜ୍ୟର ସମସ୍ୟା ଉପସ୍ଥାପନ କରିବା ସହ ଦାବି ରଖିଛନ୍ତି ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ । ରାଂଚିରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗ ଦେଇ ଏକବର୍ଷ ଭିତରେ ଓଡିଶାର ଉପଲବ୍ଧି କହିବା ସହ କିଛି ପ୍ରମୁଖ ଦାବି ରଖିଛନ୍ତି । ଏହି ପ୍ରମୁଖ ଦାବି ମଧ୍ୟରେ ରହିଛି..
- ରାଜ୍ୟର ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ବଢାଇବା
- ୧୬୩୧ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସ୍ଥାୟୀ ଶାଖା ଖୋଲିବା
- କେନ୍ଦ୍ର ସରକାର ଏ ନେଇ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
- ସଂପୃକ୍ତ ଅଞ୍ଚଳରେ ଉତ୍ତମ ଇଣ୍ଟରନେଟ ସୁବିଧା ପାଇଁ ପଦକ୍ଷେପ ନେବାକୁ କଲେ ଦାବି
୨୭ତମ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟ ସରକାରଙ୍କ ସଫଳତା ଓ ଉପଲବ୍ଧିକୁ ଅବଗତ କରାଇଥିଲେ । ଓଡିଶା ପୁଷ୍ଟି ମିଶନ , ମୁଖ୍ୟମନ୍ତ୍ରୀ କନ୍ୟା ବିବାହ , ସୁଭଦ୍ର ଯୋଜନା, ପୋଷଣ ଅଭିଯାନ ନେଇ ଓଡିଶା ସଫଳତା କଥା କହିଥିଲେ ମୋହନ ମାଝି । ତା ସହିତ ମହିଳା ଓ ଶିଶୁପ୍ରତି ନିର୍ଯ୍ୟାତନା ହାରକୁ ନୂଆ ସରକାର କମାଇପାରିଛନ୍ତି । ବୈଠକରେ ପୂର୍ବାଞ୍ଚଳ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା, ମାଓ ସମସ୍ୟା, ରାଜ୍ୟ-ରାଜ୍ୟ ମଧ୍ୟରେ ସମନ୍ବୟ ଓ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଛଡା ଅନ୍ୟ ରାଜ୍ୟ ସେମାନଙ୍କ ଦାବି ଓ ସମସ୍ୟା ରଖିଛନ୍ତି ।