ସୁଭଦ୍ରାକୁ ନେଇ ବଡ଼ ଖବର; ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ୧୦ ହଜାର ଟଙ୍କା

Advertisment

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

Subhadra Scheme updates

କନକ ବ୍ୟୁରୋ : ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟରେ ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସୁଭଦ୍ରା ଆବେଦନ କଲେ ମିଳିବ ଚଳିତ ବର୍ଷର ଦୁଇଟି କିସ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାକୁ ମଞ୍ଜୁରି ମିଳିଛି ।

ସେହିପରି ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ୩୫ଶହ ଟଙ୍କା ଭତ୍ତା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ୩୫ ଶହ ଟଙ୍କା ଭତ୍ତା ଦେବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି । ଏଥିପାଇଁ ୭୫୦ କୋଟି ଟଙ୍କାର ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।

ଶକ୍ତି ବିଭାଗ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ୨୫ ହଜାର ଟଙ୍କା ସବସିଡି ଦେବେ ରାଜ୍ୟ ସରକାର । ସେହିପରି ଓଡ଼ିଶା ଷ୍ଟାଟିସଟିକ୍ ଆଣ୍ଡ ଇକୋନମିକ୍ସ କ୍ୟାଡର ଏବଂ ଓଡିଶା ସବଅର୍ଡିନେଟ୍ ଷ୍ଟାଟିଷ୍ଟିକ୍ ଆଣ୍ଡ ଇକୋନମିକ୍ସ କ୍ୟାଡରର ପୁର୍ନଗଠନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe