କନକ ବ୍ୟୁରୋ : ବିହାରର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ । ଏହି ଦୁର୍ଘଟଣାରେ ୩ ଗୁରୁତର ଏବଂ ୩୫ ଯାତ୍ରୀ ଆହତ ହୋଇଥିବା ସୂଚନା । ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା ।
ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।