କନକ ବ୍ୟୁରୋ: ଫେବ୍ରୁଆରୀ ୧୭ ତାରିଖରେ ଆସିବ ଓଡ଼ିଶା ବଜେଟ୍ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ତେବେ ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ୧୭ ତାରିଖରେ ଆସିବ ରାଜ୍ୟ ବଜେଟ୍ । ଯାହାକୁ ସାଢେ ଚାରି କୋଟି ଓଡ଼ିଆ ଅନେଇ ବସିଛନ୍ତି । ଖାସ୍ କରି ନୂଆ ବଜେଟରେ ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ ହେବା ସହିତ, କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ ।
#ଫେବ୍ରୁଆରୀ_୧୭ରେ_ଓଡ଼ିଶା_ବଜେଟ୍
— Kanak News (@kanak_news) January 21, 2025
ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ
ଫେବ୍ରୁଆରୀ ୧୭ ତାରିଖରେ ଆସିବ ରାଜ୍ୟ ବଜେଟ୍
ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ
ବଜେଟ୍ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ #Odisha#Budget#OdishaAssembly#KanakNewspic.twitter.com/eo6J1PAk1U