କନକ ବ୍ୟୁରୋ: ମୁମ୍ବାଇ କାଣ୍ଡିୱାଲିସ୍ଥିତ ସଚିନ ତେନ୍ଦୁଲକର ଜିମ୍‌ଖାନାରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍‌ ‘ସିକେ ନାୟୁଡୁ ଟ୍ରଫି’ର ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପାଳିରେ ମାତ୍ର ୧୬୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି। ଓଡ଼ିଶା ପକ୍ଷରୁ ଓମ୍‌.ଟି. ମୁଣ୍ଡେ ୭୭ ଏବଂ ଦୀନେଶ କୁମାର ମାଝି ୪୩ ରନ୍‌ କରିଥିଲେ। ଓଡ଼ିଶାର ଅନ୍ୟ କୌଣସି ବ୍ୟାଟର୍‌ ଭଲ ସ୍କୋର୍‌ କରିବାରେ ସଫଳ ହୋଇ ନଥିଲେ। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟାଂଶ ସେଗଡ଼ ଓ ହିମାଂଶୁ ସିଂହ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। 

Advertisment

ଏହା ବି ପଢ଼ନ୍ତୁ: ତାରିକ୍‌ଙ୍କ ପାଇଁ କିଛି ଯୋଜନା ନାହିଁ: ଈଶାନ