କନକ ବ୍ୟୁରୋ: ଓଡିଶା ବିଜେପି ପାଇବ ନୂଆ ମଙ୍ଗୁଆଳ । ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା । ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ୟ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ତଥା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି ଯେ, ନିର୍ବାଚନ ଅଧିକାରୀଙ୍କ ସହ ତିନି ନିର୍ବାଚନ ସହ ଅଧିକାରୀ, ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀମାନେ ଏହି କର୍ମଶାଳାରେ ଉପସ୍ଥିତ ରହିବେ । ଏଭଳି କର୍ମଶାଳାରେ ଜିଲ୍ଲା ସ୍ତରରେ ମଧ୍ୟ ହେବ । ସେଥିରେ ମଧ୍ୟ ସମ୍ପୃକ୍ତ ଜିଲ୍ଲା ସଂଗଠନର କାର୍ୟ୍ୟକର୍ତ୍ତା, ସେହି ଅଞ୍ଚଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ଭିତ୍ତିରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ । ରାଜ୍ୟ ନିର୍ବାଚନ ଅଧିକାରୀ ଆଗାମୀ ଦୁଇ ଦିନ ଭିତରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଓଡିଶା ବିଜେପି ପାଇବ ନୂଆ ମଙ୍ଗୁଆଳ । ଖୁବଶୀଘ୍ର ବିଜେପିର ସାଙ୍ଗଠନିକ ନିର୍ବାଚନ । ୨୬ ତାରିଖରେ ହେବ କର୍ମଶାଳା
ଓଡିଶା ବିଜେପି ପାଇବ ନୂଆ ମଙ୍ଗୁଆଳ । ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା । ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ୟ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ତଥା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ