କନକ ବ୍ୟୁରୋ: ସିକିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଇତିଶ୍ରୀ ସମେତ ତାଙ୍କ ପରିବାରର ୪ ଜଣ ନିଖୋଜ ଅଛନ୍ତି । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ସିକିମ୍ର ତିସ୍ତା ନଦୀକୁ ଖସିପଡ଼ିଥିଲା ତୀର୍ଥ ଯାତ୍ରୀ ବସ୍ । ହଜାରେ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୯ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଯାଜପୁରର ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି । ଦୁଇଟି ଗାଡ଼ିରେ ଏମାନେ ଯାତ୍ରା କରିଥିଲେ । ଗୋଟିଏ ଗାଡ଼ିରେ ୫ ଜଣ ଥିବା ବେଳେ ଆଉ ଏକ ଗାଡ଼ିରେ ୬ ଜଣ ଥିଲେ । ଗାଡ଼ି ଖସି ପଡ଼ିବାରୁ ଦୁଇ ଜଣ ଗଛରେ ଲାଖିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସିକିମ ପୁଲିସ, ଭାରତୀୟ ସେନା, ଭାରତ-ତୀବତୀୟ ସୀମା ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସିକ୍କିମ ସରକାରଙ୍କ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ସ୍ବତନ୍ତ୍ର ଟିମ୍ ।
୧୦୦୦ ଫୁଟ ତଳକୁ ଖସିଲା ଗାଡ଼ି, ବିଜେପି ନେତ୍ରୀ ନିଖୋଜ
ତିସ୍ତା ନଦୀ ଉପରୁ ଏକ ଟୁରିଷ୍ଟ ବସ୍ ଖସିବା ପରେ ଓଡ଼ିଆ ପର୍ଯ୍ୟଟକ ନିଖୋଜ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନାଙ୍କ ପତ୍ତା ମିଳୁନି ।
/kanak/media/media_files/2025/05/30/Ibceq6MkdGOp2waiC6g2.jpg)