କନକ ବ୍ୟୁରୋ: ପ୍ରଥମେ ସଚିବାଳୟ, ତାପରେ ୨୦୧୯ ଜୁଲାଇରେ ନାଁ ପରିବର୍ତ୍ତନ କରି ଲୋକସେବା ଭବନ କରିଥିଲେ ତତ୍କାଳୀନ ବିଜେଡି ସରକାର । ଆଉ ଏବେ ଲୋକସେବା ଭବନର ନାଁ ପରିବତ୍ତର୍ନ ପାଇଁ ଲୋକଙ୍କ ଫିଡବ୍ୟାକ୍ ନେଉଛନ୍ତି ସରକାର । ଲୋକଙ୍କ ସରକାର ବୋଲି ଦାବି କରୁଥିବାରୁ ଯେମିତି ସେହି ଅନୁସାରେ ନାଁ ହେବ ତାକୁ ଗୁରୁତ୍ବ ଦିଆଯାଉଛି । ଏଥିସହ ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବାରୁ ତାହା ଯେମିତି ବଳବତ୍ତର ରହିବ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ତେବେ ଲୋକସେବା ଭବନର ନୂଆ ନାଁ କଣ ହେବ ସେଥିପାଇଁ ବିଭିନ୍ନ ମହଲରୁ ମତ ନିଆଯାଉଥିବା ଚର୍ଚ୍ଚା ହେଉଛି । 

Advertisment

ବଦଳିବ ପର୍ଯ୍ୟଟନ ବିଭାଗର ଟ୍ୟାଗ୍ ଲାଇନ 
ଫିଡବ୍ୟାକ୍ ନେଉଛନ୍ତି ସରକାର 

ନୂଆ ସରକାରରେ ବଦଳିବ ରାଜ୍ୟ ପର୍ୟ୍ୟଟନ ବିଭାଗର ଟ୍ୟାଗଲାଇନ । ପୁରୁଣା ସରକାର ଯେଉଁ ଟ୍ୟାଗ ଲାଇନ୍ ରଖିଥିଲେ ତାହାକୁ ପରିବର୍ତ୍ତନ କରିବେ ବିଜେପି ସରକାର । ଏନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବ ସରକାରରେ ରାଜ୍ୟ ପର୍ୟ୍ୟଟନ ବିଭାଗର ଟ୍ୟାଗ ଲାଇନ ରହିଥିଲା ଇଣ୍ଡିଆସ୍ ବେଷ୍ଟ କେପ୍ଟ ସିକ୍ରେଟ । ପର୍ୟ୍ୟଟନ ବିଭାଗର ଏହି ଟ୍ୟାଗଲାଇନ ପରିବର୍ତ୍ତନ ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି । ୨୪ ଫେବ୍ରୁ୍ଆରୀରୁ ୧୫ ମାର୍ଚ୍ଚ ପର୍ୟ୍ୟନ୍ତ ଏହି ପ୍ରତିଯୋଗିତା ହେବ ।

ପର୍ଯ୍ୟଟନ ବିଭାଗ ୱେବସାଇଟ ମାଧ୍ୟମରେ ଟ୍ୟାଗଲାଇନକୁ ନେଇ ଲୋକଙ୍କ ମତାମତ ଗ୍ରହଣ କରାଯିବ । ଟ୍ୟାଗଲାଇନଟି ଗୋଟିଏ ଧାଡି ଓ ୬ଟି ଶବ୍ଦ ମଧ୍ୟରେ ରଖିବାକୁ ହେବ । ଟ୍ୟାଗଲାଇନ ଅର୍ଥ ବାବଦରେ ୧୦୦ ଶବ୍ଦ ମଧ୍ୟରେ ବୁଝାଇବାକୁ ହେବ। ଏହା ସମ୍ପୂର୍ଣ୍ଣ ନିଜସ୍ବ ହୋଇଥିବା ଆବଶ୍ୟକ ।  ଯେଉଁ ଟ୍ୟାଗ ଲାଇନ ଅଧିକ ପସନ୍ଦ ଆସିବ, ସେହି ଟ୍ୟାଗଲାଇନକୁ ସରକାର ଆପଣାଇବେ । ଟ୍ୟାଗଲାଇନ ବିଜେତା ଲକ୍ଷେ ଟଙ୍କା ଜିତିପାରିବେ ।  ସରକାରଙ୍କ ଏହି ନିଷ୍ପତିକୁ ନେଇ ତେଜିଛି ରାଜନୀତି ।  ରାଜ୍ୟରେ ବିଜେଡି କ୍ଷମତାରୁ ଯିବା ପରେ ଓ ବିଜେପି ସରକାର ଗଢିବା ପରେ ଅନେକ ଯୋଜନାର ନାଁ ପରିବର୍ତ୍ତନ ହୋଇଛି ।