ଦେଶରେ ଗଞ୍ଜେଇର ରାଜଧାନୀ ଓଡ଼ିଶା, ଏକ ନମ୍ବର ହୋଇ କଲା ଅଲୋଡ଼ା ରେକର୍ଡ

Advertisment

୨୦୨୦ରୁ ୨୦୨୫ ମଧ୍ୟରେ ଦେଶରେ ୩୯ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ କେବଳ ଓଡ଼ିଶାରୁ ମିଳିଛି ୧୦ଲକ୍ଷ ୬୫ହଜାର କେଜି। ଅର୍ଥାତ ପ୍ରାୟ ତିନି ଭାଗରୁ ଭାଗେ ଓଡ଼ିଶାରୁ ଗଞ୍ଜେଇ ଜବତ ହୋଇଛି।  ଆନ୍ଧ୍ରପ୍ରଦେଶରେ ୫.୫ ଲକ୍ଷ କେଜି, ଉତ୍ତରପ୍ରଦେଶରେ ୨.୪ ଲକ୍ଷ କେଜି ଓ ଆସାମରେ ୧.୯ ଲକ୍ଷ କେଜି ସବୁଜ ଜହର ଜବତ ହୋଇଛି। ସବୁଠୁ କମ୍ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି ସିକ୍କିମ୍‌ରୁ।

୨୦୨୦ରୁ ୨୦୨୫ ମଧ୍ୟରେ ଦେଶରେ ୩୯ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ କେବଳ ଓଡ଼ିଶାରୁ ମିଳିଛି ୧୦ଲକ୍ଷ ୬୫ହଜାର କେଜି। ଅର୍ଥାତ ପ୍ରାୟ ତିନି ଭାଗରୁ ଭାଗେ ଓଡ଼ିଶାରୁ ଗଞ୍ଜେଇ ଜବତ ହୋଇଛି।  ଆନ୍ଧ୍ରପ୍ରଦେଶରେ ୫.୫ ଲକ୍ଷ କେଜି, ଉତ୍ତରପ୍ରଦେଶରେ ୨.୪ ଲକ୍ଷ କେଜି ଓ ଆସାମରେ ୧.୯ ଲକ୍ଷ କେଜି ସବୁଜ ଜହର ଜବତ ହୋଇଛି। ସବୁଠୁ କମ୍ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି ସିକ୍କିମ୍‌ରୁ।

1A

କନକ ବ୍ୟୁରୋ : ଓଡ଼ିଶା ପାଲଟିଛି କି ଗଞ୍ଜେଇ ଚୋରା ଚାଲାଣର ହବ୍‌? ଏକଥା ଆମେ ଏଇଥିପାଇଁ କହୁଛୁ, କାରଣ ସାରା ଦେଶରେ ସର୍ବାଧିକ ଗଞ୍ଜେଇ ଜବତ ହେଉଛି ଓଡ଼ିଶାରୁ। ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା। ଗୋଟିଏ ପଟେ ଅବକାରୀ ବିଭାଗର ତତ୍ପରତା ଓ ସଫଳତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ଓଡ଼ିଶା କାହିଁକି ଗଞ୍ଜେଇ ମାଫିଆଙ୍କ ଅଭୟାରଣ୍ୟ ପାଲଟୁଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଓଡ଼ିଶାରେ ସବୁଜ ଜହରର ନକ୍ସା ଆଙ୍କୁଛନ୍ତି ମାଫିଆ। ବାହାର ରାଜ୍ୟର ମାଫିଆମାନେ ଓଡ଼ିଶାକୁ ସୁରକ୍ଷିତ କରିଡର ଭାବେ ବ୍ୟବହାର କରୁଛନ୍ତି ।   ଗଞ୍ଜେଇ ଜବତରେ ସାରା ଦେଶରେ ୧ ନମ୍ବର ଓଡ଼ିଶା। ଚିନ୍ତା ବଢ଼ାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଥ୍ୟ।

ଅଧିକ ପଢନ୍ତୁ: ଅପରେସନ ଗ୍ରୀନ କ୍ଲିନ୍ : ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

୨୦୨୦ରୁ ୨୦୨୫ ମଧ୍ୟରେ ଦେଶରେ ୩୯ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ କେବଳ ଓଡ଼ିଶାରୁ ମିଳିଛି ୧୦ଲକ୍ଷ ୬୫ହଜାର କେଜି। ଅର୍ଥାତ ପ୍ରାୟ ତିନି ଭାଗରୁ ଭାଗେ ଓଡ଼ିଶାରୁ ଗଞ୍ଜେଇ ଜବତ ହୋଇଛି।  ଆନ୍ଧ୍ରପ୍ରଦେଶରେ ୫.୫ ଲକ୍ଷ କେଜି, ଉତ୍ତରପ୍ରଦେଶରେ ୨.୪ ଲକ୍ଷ କେଜି ଓ ଆସାମରେ ୧.୯ ଲକ୍ଷ କେଜି ସବୁଜ ଜହର ଜବତ ହୋଇଛି। ସବୁଠୁ କମ୍ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି ସିକ୍କିମ୍‌ରୁ।    ବିଶେଷ କରି କୋରାପୁଟ ଜିଲ୍ଲା ସାଜିଛି ଗଞ୍ଜେଇ କାରବାରର କେନ୍ଦ୍ରବିନ୍ଦୁ। ବାର୍ଷିକ ପ୍ରାୟ ୩୦ରୁ ୫୦ ହଜାର କେଜି ଗଞ୍ଜେଇ କେବଳ ଏହି ଜିଲ୍ଲାରୁ ଜବତ ହେଉଛି। ଏହା ପଛକୁ ରହିଛନ୍ତି ମାଲକାନଗିରି, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲା। ବିଭିନ୍ନ ସମୟରେ ଅବକାରୀ ବିଭାଗ ତତ୍ପରତା ଦେଖାଇ କୋଟି କୋଟି ଟଙ୍କାର ବେଆଇନ୍ ଚାଷ ନଷ୍ଟ କରୁଛି। ଏହାସତ୍ତ୍ବେ କେଉଁଠି ନା କେଉଁଠି ଲୁଚାଛପାରେ ଚାଲିଛି ଏହି କଳା କାରବାର। ଯାହା ପ୍ରଶାସନର ମୁଣ୍ଡବିନ୍ଧା ବଢାଇ ଦେଇଛି।

ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ ଏତେ ସଜାଗ ଥାଇ ମଧ୍ୟ ମାଫିଆମାନେ ଏତେ ସାହସ ପାଉଛନ୍ତି କେଉଁଠୁ? କେଉଁଠୁ ଆସୁଛି ଏତେ ପରିମାଣର ଗଞ୍ଜେଇ? କାହା ଛତ୍ରଛାୟା ତଳେ ଚାଲିଛି ଏହି ବିଷ ବେପାର? ଓଡ଼ିଶା କେବେ ଏହି ବେଆଇନ କାରବାର ପାଇଁ ମୁଣ୍ଡାଇଥିବା ଅପବାଦରୁ ମୁକ୍ତ ହେବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe