ଆସନ୍ତାକାଲି ଓଡିଶା ବନ୍ଦ : କଂଗ୍ରେସର ସମର୍ଥନ ..

Advertisment

୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି।

୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି।

TUSAR (11)

Photograph: (kanak news)

କନକ ବ୍ୟୁରୋ : ୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି। ବନ୍ଦର ସମୟ ସକାଳ ୬ଟା ରୁ ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । 
ବନ୍ଦର ପ୍ରମୁଖ କାରଣ  ଚାଷୀ ସମସ୍ୟା  ରହିଛି  ଧାନ କ୍ରୟରେ ଅନିୟମିତତା ବିରୋଧରେ ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବା ଦାବିରେ । ଦ୍ୱିତୀୟ କାରଣ ବିଦ୍ୟୁତ୍ ଶୁଳ୍କ ରାଜ୍ୟରେ ସ୍ମାର୍ଟ ମିଟର ଲଗାଯିବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ।  ଏବଂ ପରିବହନ ଜରିମାନା ପ୍ରଦୂଷଣ ପ୍ରମାଣପତ୍ର  ନଥିବା ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟକୁ ବିରୋଧ କରି । 

 ଆହୁରି ପଢନ୍ତୁ  :ବିଜୟଙ୍କ ଜନ ନାୟଗନକୁ ହାଇକୋର୍ଟରେ ବଡ଼ ଝଟକା

 କ’ଣ ପ୍ରଭାବିତ ହୋଇପାରେ? ଯାତାୟାତ ବସ୍, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ ହେବାର ସମ୍ଭାବନା ଅଛି । ଦୋକାନ ବଜାର , ସହରର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିପାରେ । ଶିକ୍ଷାନୁଷ୍ଠାନ, କେତେକ ଘରୋଇ ସ୍କୁଲ ଓ କଲେଜ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରିପାରନ୍ତି। ତେବେ ସରକାରୀ ସ୍ତରରେ କୌଣସି ଛୁଟି ଘୋଷଣା ହୋଇନାହିଁ । ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଏବଂ ଡାକ୍ତରଖାନା ଭଳି ଜରୁରୀକାଳୀନ ସେବା ଏହି ବନ୍ଦରୁ ମୁକ୍ତ ରହିବ। ସତର୍କତା: ଯଦି ଆପଣଙ୍କର କୌଣସି ଜରୁରୀ ଯାତ୍ରା ଅଛି, ତେବେ ସକାଳ ୬ଟା ପୂର୍ବରୁ ବାହାରିବାକୁ ଚେଷ୍ଟା କରନ୍ତୁ   ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe