AYUSH Students Photograph: (Kanak News)
କନକ ବ୍ୟୁରୋ : ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନର ଦିବାରାତ୍ର ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ରାଜ୍ୟର ସମସ୍ତ ହୋମିଓପ୍ୟାଥି ଓ ଆୟୁର୍ବେଦିକ୍ କଲେଜ ସାମ୍ନାରେ ଚାଲିଛି ବିକ୍ଷୋଭ । ହେଲେ ପୂରଣ ହେଉନି ଦାବି । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଦାବିପତ୍ର ।
ଡାକ୍ତରଖାନା ଛାଡ଼ି ଧାରଣାରେ ବସିଛନ୍ତି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନର ହଜାର ହଜାର ଛାତ୍ରଛାତ୍ରୀ । ୮ ଦଫା ଦାବିରେ ରାଜ୍ୟର ସମସ୍ତ ହୋମିଓପ୍ୟାଥି ଓ ଆୟୁର୍ବେଦିକ କଲେଜ ଆଗରେ ଚାଲିଛି ଅହୋରାତ୍ର ଧାରଣା । ସେମାନଙ୍କ ଦାବି, ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ନୂଆ ନିଯୁକ୍ତି ବାହାରିନାହିଁ । ଯେଉଁମାନେ ଦିନ ରାତି ଖଟୁଛନ୍ତି ସେମାନଙ୍କ ଚାକିରି ନିୟମିତ କରୁନାହାନ୍ତି ସରକାର । ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଉଛି, ହେଲେ ବାହାରୁନି ସମାଧାନର ବାଟ । ଲିଖିତ ପ୍ରତିଶ୍ରୁତି ନମିଳିଲେ, ଧାରଣାରୁ ଉଠିବେ ନାହିଁ । ଡିସେମ୍ବର ୩ ତାରିଖରୁ ଗାଣତାନ୍ତ୍ରିକ ଉପାୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ସରକାରଙ୍କ ନଜର ଆଢ଼ୁଆଳରେ ଆୟୁଷ ଡାକ୍ତର; ୮ ଦଫା ଦାବିରେ ଆନ୍ଦୋଳନ
ଭୁବନେଶ୍ୱରରୁ ପୁରୀ, ସମ୍ବଲପୁରରୁ ବ୍ରହ୍ମପୁର ସବୁଠି ସମାନ ଚିତ୍ର । କଲେଜ ଗେଟ୍ରେ ତାଲା ପକାଇ ସରକାର ବିରୋଧୀ ନାରା ଦେଉଛନ୍ତି । ରାଜ୍ୟରେ ଯେତିକି ହୋମିଓପାଥି ଓ ଆୟୁର୍ବେଦିକ୍ କଲେଜ ରହିଛି, ସବୁଗୁଡିକ ଅବହେଳିତ । ନା ପୂର୍ବ ସରକାର ନା ବର୍ତ୍ତମାନର ସରକାର କେହି ଆୟୁଷ ଛାତ୍ରଛାତ୍ରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଉଛି, କିନ୍ତୁ ଫଳ ଶୂନ୍ । ସେପଟେ ଆୟୁଷ ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ।
Follow Us