କନକ ବ୍ୟୁରୋ: ଡିୟୁରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ପେନ୍ଚାକ୍ ସିଲାଟ୍ରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ବିଚ୍ ପେନ୍ଚାକ୍ ସିଲାଟ୍ ଟାଣ୍ଡିଂ ଇଭେଣ୍ଟ୍ (କ୍ଲାସ୍ ସି) ୫୫ରୁ ୬୦ କେଜି ବର୍ଗରେ ଓଡ଼ିଶାର ସୋହିଲ ଗୁରୁଙ୍ଗ ରୌପ୍ୟ ପଦକ ଜିତିଛନ୍ତି । ସେହିଭଳି ପୁରୁଷ ରେଗୁ ଦଳ କାଂସ୍ୟ ପଦକ ପାଇଛି । ରାହୁଲ ସ’, ସୋନୁ ସେମିଲା ଓ ଅଂଶୁମାନ ଭୌମିକଙ୍କୁ ନେଇ ଗଠିତ ପୁରୁଷ ଦଳ ତୃତୀୟ ସ୍ଥାନରେ ରହି ପଦକ ଜିତିଥିଲା । ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛି ।
ଏହା ବି ପଢ଼ନ୍ତୁ: ପଡ଼ିଆରେ ହୃଦଘାତ, ଟଳିପଡ଼ିଲେ ମିଜୋରାମ କ୍ରିକେଟ ଖେଳାଳି
Follow Us