କନକ ବ୍ୟୁରୋ: ଆସିଲା ମୌସୁମୀ ଅଧିବେଶନର ତାରିଖ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ୧୮ ତାରିଖରୁ ଆରମ୍ଭ ହୋଇ ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ଆଶାଠୁ ଅନେକ ବିଳମ୍ବରେ ବସିବାକୁ ଯାଉଛି ମୌସୁମୀ ଅଧିବେଶନ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରତିଦିନ ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି । ରାଜ୍ୟର କୋଣ ଅନୁକୋଣରୁ ଯୁବତୀଙ୍କୁ ଜାଳିଦେବାର ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ସରକାର । ତେଣୁ ଏହି କାରଣରୁ ସରକାର ଜାଣିଶୁଣି ମୌସୁମୀ ଅଧିବେଶନ ବିଳମ୍ବ କରୁଥିବା ବିରୋଧୀ ଦାବି କରୁଛନ୍ତି ।
ତେବେ ବିଧାନସଭା ମୌସୁମୀ ଅଧିବେଶନ ନେଇ ତାରିଖ ଆସିବାପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏଥର ନାରୀ ନିର୍ୟାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି । ଗଲା ଦେଢ଼ ବର୍ଷ ଭିତରେ ସରକାର ଯେଉଁ ସବୁ କୃତିତ୍ୱ ଅର୍ଜନ କରିଛନ୍ତି, ସେ ନେଇ ସରକାରଙ୍କ ବିଜେଡି ପ୍ରଶ୍ନ କରିବ ବୋଲି ପ୍ରମିଳା କହିଛନ୍ତି ।
୧୮ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ!#Odisha#Assembly#BigBreaking#KanakNewspic.twitter.com/sXXeWZK7b7
— Kanak News (@kanak_news) August 21, 2025